ପୁଣି ଥରେ ବିଜେଡିରେ ଗୋଷ୍ଠୀ କନ୍ଦଳ

ଅନୁଗୁଳ: ପୁଣି ଥରେ ବିଜେଡିରେ ଗୋଷ୍ଠୀ କନ୍ଦଳ। ଏଥର ଅନୁଗୁଳ ଜିଲ୍ଲାରେ ବିଜେଡି ବିଧାୟକଙ୍କ ବିରୋଧରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ଏକଜୁଟ ହୋଇଛନ୍ତି।

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ବହୁ ସଂଖ୍ୟକ କର୍ମୀ ଏବଂ ନେତା ଏକତ୍ରିତ ହୋଇଛନ୍ତି।

ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ବିକାଶ, ନିର୍ମାଣ କାମ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ବିଧାୟକ ସୁଶାନ୍ତ ବେହେରା ପାଳନ କରି ନାହାନ୍ତି। ଏହାଛଡ଼ା ବିଭିନ୍ନ ଜନହିତକାରୀ ଯୋଜନାରୁ ଲୋକଙ୍କୁ ବଞ୍ଚିତ ରଖାଯାଉଛି। ଏନେଇ ବାରମ୍ବାର ତାଙ୍କୁ ଅବଗତ କରିଥିଲେ ବି ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି କର୍ମୀ।

ଏନେଇ ବଅଁରପାଳ ବ୍ଲକ୍‌ ବଡ଼ହିଂସର ପଞ୍ଚାୟତରେ ବିଧାୟକଙ୍କ ବିରୋଧରେ ଦଳୀୟ କର୍ମୀ ଏକଜୁଟ୍‌ ହୋଇ ନାରାବାଜି କରିଛନ୍ତି। ତେବେ ଏହାକୁ ନେଇ ବିଧାୟକ ସୁଶାନ୍ତ ବେହେରା ପ୍ରତିକ୍ରିୟା ରଖିଛନ୍ତି। କେହି ବି ବ୍ୟକ୍ତି ଅସନ୍ତୁଷ୍ଟ ନାହାନ୍ତି। ଆଶାୟୀ ପ୍ରାର୍ଥୀମାନେ ଏପରି କରୁଥିବା ନେଇ ସେ ପାଲଟା ଅଭିଯୋଗ ଆଣିଛନ୍ତି।

You might also like