ପଦାରେ ପଡ଼ିଲା ଚାନ୍ଦବାଲି ବିଜେଡିରେ ଗୋଷ୍ଠୀ କନ୍ଦଳ

ଚାନ୍ଦବାଲି (ବାସୁଦେବ ଦାସ): ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ ବେଳେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ। ବିଜେଡିର ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲିରେ ପହଞ୍ଚିବା ପୂର୍ବରୁ ବିଜେଡିର ଏକ ଅସନ୍ତୁଷ୍ଟ ଗୋଷ୍ଠୀ ୩୦୦ରୁ ଅଧିକ ଗାଡ଼ି ଧରି ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଶୋଭାଯାତ୍ରା କରି ଯାଉଥିଲା। ଏହି ସବୁ ଗାଡ଼ି ଗୁଡ଼ିକରେ ‘ବ୍ୟୋମକେଶ ହଟାଅ, ଚାନ୍ଦବାଲି ବଞ୍ଚାଅ’ ବ୍ୟନର୍‌ ଲାଗିଥିଲା। ତେବେ ପୁଲିସ୍ ବିଭିନ୍ନ ସ୍ଥାନରେ ଗାଡ଼ିଗୁଡ଼ିକୁ ଅଟକାଇ ଏହି ବ୍ୟାନର୍‌ ଗୁଡ଼ିକୁ ଖୋଲି ଦେଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ, ଭଦ୍ରକ-ଚାନ୍ଦବାଲି ରାସ୍ତାର ଶଗଡ଼ିଆ ନିକଟରେ ଏହି ଗୋଷ୍ଠୀର ଗାଡ଼ି ଗୁଡ଼ିକ ପହଞ୍ଚିବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମର୍ଥକମାନେ ଗାଡ଼ିରେ ବିଧାୟକଙ୍କ ବ୍ୟାନର୍‌ କାହିଁକି ଲାଗିନି ବୋଲି କହିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ବିଧାୟକଙ୍କ ସମର୍ଥକମାନେ ସେମାନଙ୍କୁ ଗାଡ଼ିରୁ ଓହ୍ଲାଇ ମାଡ଼ ମାରିଥିବା ମଧ୍ୟ କୁହାଯାଉଛି। ଫଳରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ତେବେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା।

ସେପଟେ ଏହି ଘଟଣାର ପ୍ରତିବାଦରେ ଭଦ୍ରକ-ଚାନ୍ଦବାଲି ରାସ୍ତାର ଦିଗଛିଆ ଛକରେ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ଗାଡ଼ିକୁ ଅଧଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖି ମାମଲାରେ ହସ୍ତକ୍ଷେପ ପାଇଁ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ଦାବି କରିଥିଲେ।

ଗୋଟିଏ ଗୋଷ୍ଠୀ ବିଜେପି ସହ ମିଶି ଏଭଳି କାର୍ଯ୍ୟ କରୁଥିବା ଚାନ୍ଦବାଲି  ବିଧାୟକ କହିଥିବା ବେଳେ କର୍ମୀଙ୍କୁ ମାଡ଼ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like