କ୍ୱାରେଣ୍ଟିନ୍‌ ସେଣ୍ଟରରେ ସ୍ୱାଦିଷ୍ଟ ଖାଦ୍ୟ: ଅନ୍ତେବାସୀ କହିଲେ- ୨୧ ଦିନ କ’ଣ, ୩୦ ଦିନ କହିଲେ ବି ରହିବୁ

ବ୍ରହ୍ମପୁର: କରୋନା ମୁକାବିଲା ଲାଗି ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥା ନେଇ ଖବର ଆସୁ ଥିବାବେଳେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଭିନ୍ନ ଚିତ୍ର। ଜିଲ୍ଲାର ଏକ କ୍ୱାରେଣ୍ଟିନ ସେଣ୍ଟରରେ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି ଯେ, ଖୁସିରେ ରହୁଛନ୍ତି ଅନ୍ତେବାସୀ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କୁ ଭାତ ସାଙ୍ଗକୁ ବହଳିଆ ଡାଲି, ଚିକେନ ତରକାରୀ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏଭଳି ବ୍ୟବସ୍ଥାକୁ ନେଇ ଅନ୍ତେବାସୀ ଖୁସି ବ୍ୟକ୍ତ କରିବା ସହ ଖୁବ୍‌ ପ୍ରଶଂସା କରିଛନ୍ତି।

ଜଣେ ଅନ୍ତେବାସୀ କହିଛନ୍ତି, “ଏଠି ଚିକେନ୍, ବହଳିଆ ଡାଲି‌ ଦେଉଛନ୍ତି…ସରକାର କହୁଛନ୍ତି ୨୧ ଦିନ ରହିବା ପାଇଁ ତେବେ ୨୧ ଦିନ କ’ଣ… ୩୦ ଦିନ କହିଲେ ବି ଆମେ ରହିବୁ।”

You might also like