ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI

ନୂଆପଡ଼ା: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍‌.ଆଇ.। ବାଲିଘାଟ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ନୂଆପଡା ଜିଲ୍ଲା ଖଡିଆଳ ତହସିଲ ତୁକୁଲାର ଆର୍‌.ଆଇ. ଦୀନମଣି ରାଉତରାୟ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ବାଲିଘାଟ କରାଇ ଦେବା ପାଇଁ ଆର୍‌.ଆଇ. ଦୀନମଣି ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଦୀନମଣିଙ୍କ ସରକାରୀ ଅଫିସ୍‌ ଓ ଭଡ଼ା ଘରେ ତଦନ୍ତ କରାଯାଇଛି। ତାଙ୍କୁ ଗିରଫ କରାଯାଇ ଭବାନୀପାଟଣା ନିଆଯାଇଥିବା ସୂଚନା ମିଳିଛି।

You might also like