ଜୟପୁର : ଭିଜିଲାନ୍ସ ଜାଲରେ ଆର୍ଆଇ। ଜମି ମପାଚୁପା ପାଇଁ ୨ ହଜାର ୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୟପୁର ନନ୍ଦପୁର ତହସିଲ ବାଲଡା ରାଜସ୍ୱ ନିରିକ୍ଷକ କୈଳାଶଚନ୍ଦ୍ର ବିଶ୍ୱାଳ। ସେ ଦିବ୍ୟାଙ୍ଗ ଡମ୍ବରୁଧର ହନ୍ତାଳଙ୍କ ଜମି ମାପି ରିପୋର୍ଟ ଦେବା ପାଇଁ ଲାଞ୍ଚ ମାଗିଥିଲେ।
ଡମ୍ବରୁ ଲାଞ୍ଚ ଦେବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନସ ଟିମ୍ ଟ୍ରାପ୍ କରିଥିଲେ। ଏହାସହ ଭିଜିଲାନସ ଟିମ୍ ବାଲଡା ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ, ଜୟପୁର ଠାରେ ଥିବା ଭଡ଼ା ଘର ଓ ଗଞ୍ଜାମ ଜିଲ୍ଲା କେଶପୁର ଠାରେ ଥିବା ପୈତୃକ ଘରେ ଚଢ଼ଉ କରିଛନ୍ତି।