ସୀମାରେ ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ରାଜ୍ୟରେ ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର (ଆଲୋକ ମହାନ୍ତି): ପୁଲ୍‌ଓ୍ୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି।

ଏଭଳି ସ୍ଥିତିରେ ଓଡ଼ିଶାରେ ବି ଆଲର୍ଟ ଜାରି କରାଯାଇଛି। ଆଜି ନୌସେନା, ସ୍ଥଳସେନା, କୋଷ୍ଟଗାର୍ଡ, ସିଆରପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ, ଗୁଇନ୍ଦା ବିଭାଗ ଏବଂ ପୁଲିସ୍‌ର ବରିଷ୍ଠ ଅଧିକାରୀଙ୍କୁ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁରକ୍ଷା ସମୀକ୍ଷା କରିଛନ୍ତି।

ଏଥିସହ ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦର, ଏୟାରପୋର୍ଟ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷାକୁ କଡ଼ାକଡ଼ି କରିବାକୁ ବି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।   ସେହିପରି ରାଜ୍ୟର ଅନ୍ୟ ସମସ୍ତ ବଡ଼ ବଡ଼ ପ୍ରତିଷ୍ଠାନ ଉପରେ ଧ୍ୟାନ ରଖିବାକୁ ବି ଡିଜିପି ପରାମର୍ଶ ଦେଇଛନ୍ତି।

You might also like