ଭୋଟ୍‌ ଗଣତି ପୂର୍ବରୁ ଟ୍ରେନିଂ ନେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର: ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଭୋଟ୍ ଗଣତିକୁ ନେଇ ଭୁବନେଶ୍ୱରରେ ରିଟଣ୍ଣିଂ ଅଫିସରଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ଏହି  କାର୍ଯ୍ୟକ୍ରମ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ।

ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ମଡେଲ୍‌ ଭୋଟ୍‌ ଗଣତି କେନ୍ଦ୍ରରେ ଆଜି ୧୪ଟି ଜିଲ୍ଲାର ୧୧୨ ରୁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। କେମିିତି ନିର୍ଭୁଲ୍‌ ଗଣତି କରାଯିବ, ସେନେଇ ପ୍ରଶିକ୍ଷଣ ଦିଆଯାଉଛି।

ଆସନ୍ତା କାଲି ବାକି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଟ୍ରେନିଂ ଦିଆଯିବ।

ଆଜି ସଂଧ୍ୟା ୫ଟା ଯାଏ ଏହି ପ୍ରଶିକ୍ଷଣ ଚାଲିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

You might also like