“ଭାତରୁ ବାହାରୁଛି ପୋକ, କଞ୍ଚା ରହୁଛି ରୁଟି”

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି। ଅନ୍ତେବାସୀଙ୍କୁ ଦିଆଯାଉଥିବା ଭାତରେ ପୋକ ଥିବା ସହ ରୁଟି କଞ୍ଚା ରହୁଥିବା ଅଭିଯୋଗ ହୋଇଛି। ଏହାସହ ଦିଆଯାଉଥିବା ଜଳଖିଆର ମାନ ବି ଖୁବ୍ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ।

ରାଜଗାଙ୍ଗପୁର ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ପାଇଁ ୬ଟି କ୍ୱାରେଣ୍ଟିନ୍‌ ସେଣ୍ଟରରେ କରାଯାଇଛି। ଉକ୍ତ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା କିଛି ପ୍ରବାସୀ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି।

ଏ ନେଇ ପୌରପାଳିକା ଅଧିକାରୀ ସୌରେନ୍ଦ୍ର କୁମାର ରାଉତରାୟଙ୍କୁ ପଚରା ଯିବାରୁ ସେ ଏ ବିଷୟରେ ଅବଗତ ଥିବା ନେଇ କହିଛନ୍ତି।

You might also like