ପାରାଦୀପ: ଆଦାନୀ ଫାଟକ ଆଗରେ ଧାରଣା ଦ୍ୱିତୀୟ ଦିନରେ

ପାରାଦୀପ: ଆଦାନୀ କମ୍ପାନୀ ଫାଟକ ଆଗରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୫୨ ଜଣ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ପରିବାରବର୍ଗଙ୍କୁ ଧରି ରାତି ତମାମ ବର୍ଷା କାକରରେ ପଡ଼ି ରହିଛନ୍ତି।

କିନ୍ତୁ ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ କାହାରି ଦେଖାନାହିଁ। ଓଲଟି ବିଳମ୍ବିତ ରାତିରେ କମ୍ପାନୀ, ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ପାଇଁ ଭଡ଼ାଟିଆ ଗୁଣ୍ଡାଙ୍କ ସାହାରା ନେଇଥିବା ଅଭିଯୋଗ ହୋଇଛି। କାଲି ଅପରାହ୍ନରେ ପ୍ରଶାସନ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ସ୍ଥାୟୀ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଆନ୍ଦୋଳନକାରୀ କହିଛନ୍ତି। ୨୦୦୪ରେ କାର୍ଗିଲ କମ୍ପାନୀ ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୬ରେ କମ୍ପାନୀ ବନ୍ଦ ହୋଇଯିବା ପରେ ଶହ ଶହ ଶ୍ରମିକ କର୍ମସଂସ୍ଥାନ ହରାଇଥିଲେ । ଏହାପରେ ଆଦାନୀ କମ୍ପାନୀ ଏହାର ମାଲିକାନା ସ୍ୱତ୍ତ୍ୱ ନେଇଛି ।

 

 

 

You might also like
Comments
Loading...