• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଚାକିରୀରେ ପୁନଃ ନିଯୁକ୍ତି ଦାବି କରି କୋଭିଡ଼ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଜଣାଇବାକୁ ପଦଯାତ୍ରା କରିଥିବାର ଦେଖାଦେଇଛି। ଭଦ୍ରକରୁ ନବୀନ ନିବାସ ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ରାସ୍ତା ଚାଲି ଚାଲି ଯାଉଛନ୍ତି କରୋନା ଯୋଦ୍ଧା। ସୂଚନା ଅନୁସାରେ, ଅଶ୍ୱିନୀ ପାଢ଼ୀ ଆଜି ସକାଳୁ ଭଦ୍ରକର ଚରମ୍ପା ହନୁମାନ ମନ୍ଦିରରେ ପୂଜା ସାରି ପିପିଇ କିଟ୍ ପିନ୍ଧି ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି।

କୋଭିଡ ସମୟରେ ରାଜ୍ୟର ୮ ହଜାର ପାରା ମେଡିକାଲ କର୍ମୀ ଜୀବନକୁ ବାଜି ଲଗାଇ କାମ କରୁଥିଲେ କିନ୍ତୁ ଏବେ ତାଙ୍କୁ ଚାକିରୀରୁ ବାହାର କରି ଦିଆଯାଇଛି। ପୁନଃ ନିଯୁକ୍ତି ଦାବିରେ ଦୀର୍ଘ ୫୫ ଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣା ଦେଇଥିଲେ। ଆଉ ଏବେ ସରକାରଙ୍କୁ ନିଜର ଗୁହାରୀ ଜଣାଇବା ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ କରୁଛନ୍ତି ଅଶ୍ୱିନୀ।

ଏହାସହ ଅଶ୍ୱିନୀ କହିଛନ୍ତି ଯେ, ଯେଉଁମାନେ ପ୍ରଶାସନିକ ଅଧିକାରୀ ରହିଛନ୍ତି ସେମାନେ କେବଳ ୨ ମନିଟ୍‌ ପାଇଁ ମତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରାଇ ଦିଅନ୍ତୁ। ଆମ ଦୁଃଖ କେହି ଶୁଣୁନାହାନ୍ତି, ତେଣୁ ତାଙ୍କୁ ଭେଟିବି ଆଉ ୮ ହଜାର ପାରାମେଡିକାଲ କର୍ମଚାରୀଙ୍କ ଦୁଃଖ ତାଙ୍କୁ ଜଣାଇବି ବୋଲି ଅଶ୍ୱିନୀ କହିଛନ୍ତି। କରୋନା ସମୟରେ ଆମେ ୧୦ ମାସ କାମ କଲୁ। କିନ୍ତୁ ପରେ ଆମକୁ ଛଟେଇ କରିଦେଇଛନ୍ତି। ଆମେ ଏବେ ଚଳିବୁ କେମିତି? ଆମ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧାରରେ ଥିବା ଅଶ୍ୱିନୀ କହିଛନ୍ତି।

Retrenched-covid-warrior-walking-from-bhadrak-to-naveen-niwas-demanding-re-engagement-in-job
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories