ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ଅବସରପ୍ରାପ୍ତ ପ୍ରଫେସର

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଯୁବକଙ୍କ ଉପରକୁ ଗୁଳି ଚଳାଇଲେ ଅବସରପ୍ରାପ୍ତ ପ୍ରଫେସର। ବାଲେଶ୍ଵର ଗଡ଼ଗଡ଼ିଆ ଛକ ନିକଟରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ସାମାନ୍ୟ ବଚସାରୁ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଯୁବକ ଜଣକ ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ଅବସରପ୍ରାପ୍ତ ପ୍ରଫେସରଙ୍କ ନାଁ ଲକ୍ଷ୍ମଣ ବେହେରା। ଆହତ ଯୁବକଙ୍କ ନାଁ ଆନନ୍ଦ ସିଂ। ଆନନ୍ଦ ଏକ ଇଲୋକଟୋନିକ୍ସ ଦୋକାନର ମାଲିକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଗଡ଼ଗଡ଼ିଆ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ ଗାଡ଼ି ପାର୍କିଂକୁ ନେଇ ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରା ଓ ଆନନ୍ଦ ସିଂଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲକ୍ଷ୍ମଣ, ଆନନ୍ଦଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ଆନନ୍ଦଙ୍କୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆନନ୍ଦଙ୍କ ଛାତିରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି। ଟାଉନ ଥାନା ପୋଲିସ୍ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like