ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ଅବସରପ୍ରାପ୍ତ  ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍‌ କରିବା ପରେ ଏହାକୁ ଠିକ୍ କରିବା ଲାଗି ହ୍ୟାକର ତାଙ୍କୁ ୨୦୦୦ ଡଲାର ବା ୧ ଲକ୍ଷ ୫୦ ହଜାର ଟଙ୍କା ବିଟ୍ କଏନ ଦାବି କରିଥିବା ନିଜେ ବିପିନ ବିହାରୀ ମିଶ୍ର ଅଭିଯୋଗ କରିଛନ୍ତି।

୪୮ ଘଣ୍ଟା ଭିତରେ ଟଙ୍କା ନ ଦେଲେ ଆକାଉଣ୍ଟରେ ଥିବା ଗୁପ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଦେବାକୁ ଧମକ ଦେଇଛନ୍ତି ହ୍ୟାକର୍। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ବିପିନ ମିଶ୍ର। ପୋଲିସ ସାଇବର ଥାନାର ସହଯୋଗ ନେଇ ତଦନ୍ତ ଚଳାଇଛି।

ଶ୍ରୀମିଶ୍ର ଓଟିଭିକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଯେ ତାଙ୍କ ୟାହୁ ଆକାଉଣ୍ଟର ପାସ୍‌ୱାର୍ଡ କେହି ଜଣେ ଚୋରି କରି ନେଇଛି। ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର ଜଣକ ଗୋଟେ ମେସେଜ୍ ଦେଇଥିଲା। କହିଲା ଆପଣଙ୍କ ପାସ୍‌ୱାର୍ଡ ମୋ ପାଖରେ ରହିଛି। ତମର ଯେତେସବୁ କଣ୍ଟାକ୍ଟ ନମ୍ବର ଫେସ୍‌ବୁକ କଣ୍ଟାକ୍ଟ ସବୁ ମୋ ପାଖରେ ଅଛି। ଆପଣଙ୍କ ବିଷୟରେ ସବୁ ତଥ୍ୟ ମୁଁ ଜାଣିଛି, ଫଟୋ ମୋ ପାଖରେ ରହିଛି। ତେଣୁ ମୁଁ ତୁମକ ଦୁଇଦିନ ସମୟ ଦେଉଛି। ତା ଭିତରେ ଯଦି ଆପଣ ମୋତେ ଦୁଇହଜାର ଡଲାର ଦେବେ ତେବେ ମୁଁ ଚୁପ୍ ରହିବି, ନହେଲେ ସବୁ କପି ତୁମ ବାପାମା ଓ ସମସ୍ତ ପରିଚିତଙ୍କ ପାଖକୁ ପଠାଇ ଦେବି ବୋଲି ଧମକ ଦେଇଛି ହ୍ୟାକର୍।

You might also like