ଓଡ଼ିଶାର ପ୍ରଥମ ଜେନେରାଲ ଅଫିସରଙ୍କ ପରଲୋକ

ଭୁବନେଶ୍ୱର: ଅବସରପ୍ରାପ୍ତ ଓଡ଼ିଆ ସେନା ଅଧିକାରୀ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ହୃଦଘାତରେ ଆଜି ତାଙ୍କର ବିୟୋଗ ହୋଇଛି। ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର। ମେଜର ଜେନେରାଲ ବସନ୍ତ ମହାପାତ୍ର ଟ୍ୟାଙ୍କ୍ ମ୍ୟାନ ଭାବେ ପରିଚିତ ଥିଲେ।

୧୯୬୧ରେ ଗୋଆ ଅପରେସନ ସହିତ ୧୯୬୫ ଓ ୧୯୭୧ ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ୧୯୩୪ ଜାନୁଆରି ୧୬ରେ ଜନ୍ମ ହୋଇଥିବା ଏହି ସେନା ଅଧିକାରୀ ୧୯୫୪ରେ କମିଶନଡ୍ ଅଧିକାରୀ ଭାବେ ଥାର୍ଡ କାଭାଲ୍‌ରିରେ ଯୋଗ ଦେଇଥିଲେ। ସେନାର ବହୁତ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଅନେକ ଦାୟିତ୍ୱ ତୁଲାଇଛନ୍ତି। ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା।

You might also like