ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ଛୋଟଧରଣର ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ବରିଷ୍ଠ ଓଏଏସ୍ କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

ସେହିପରି ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ସଂଘମିତ୍ରା ଶତପଥୀଙ୍କୁ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ବଦଳି କରାଯାଇଛି। ଲୋକନାଥ ଦଳବେହେରାଙ୍କୁ ଗଜପତି ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି କରାଯାଇଥିବାବେଳେ ଶକ୍ତିକାନ୍ତ ରାୟଙ୍କୁ ଖୋର୍ଦ୍ଧା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), ଗୋପୀନାଥ କଅଁରଙ୍କୁ ଯାଜପୁର ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି କରାଯାଇଛି।

ସେହିପରି ବରିଷ୍ଠ ଓଏଏସ୍ ପୁରନ୍ଦର ଧରୁଆଁଙ୍କ ପୂର୍ବ ବଦଳିକୁ ବାତିଲ କରଯାଇ ତାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଓଏଏସ୍ ଶୁଭ୍ରା ମହାନ୍ତିଙ୍କ ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ ତାଙ୍କୁ  ସମବାୟ ବିଭାଗର ଯୁଗ୍ମ ସଚିବ ଓ ଓ ରେଣୁପ୍ରଭା ନାୟକଙ୍କ ବଦଳିକୁ ବାତିଲ କରି ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବାକୁ ଆଜି ବିଜ୍ଞପ୍ତି ଜାରି ହୋଇଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like