ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା, ଜାରି ହେଲା ଏମିତି କଟକଣା

ଭୁବନେଶ୍ୱର: ସରିଯାଇଛି ମାଟ୍ରିକ ପରୀକ୍ଷା। ଏବେ ଆରମ୍ଭ ହେବ ଖାତା ମୂଲ୍ୟାୟନ । କରୋନା ପାଇଁ ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କିପରି ସତର୍କତା ଅବଲମ୍ବନ କରିବ, ସେ ନେଇ ସବୁ ଡିଇଓ, ବିଇଓ ଓ ଚିଫ୍ ଏକ୍‌ଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

ଏଥର ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ଯାଏଁ ତିନୋଟି ପର୍ଯ୍ୟାୟରେ ଖାତା ଦେଖା ହେବ। ସାନିଟାଇଜର ବ୍ୟବହାର ସହ ମୂଲ୍ୟାୟନକାରୀ ସ୍ୱାସ୍ଥ୍ୟ ବିଭାଗ ଗାଇଡ ଲାଇନ୍ ମୁତାବକ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବେ।

ମାର୍ଚ୍ଚ ୧୮ତାରିଖରେ ମୂଲ୍ୟାୟନକାରୀ ଯୋଗଦେବେ । ମାର୍ଚ୍ଚ ୧୯ରୁ ଏପ୍ରିଲ୍ ୧୦ତାରିଖ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ । ପୁରା ରାଜ୍ୟରେ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ । ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ଭିଡିଓ କନଫରେନ୍ସରେ ସ୍କୁଲ୍ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପିନ୍ଦର ପୁନିଆ, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରମୁଖ ଉପସ୍ଥିତ ଥିଲ॥

You might also like