• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପୁରୀ: କରୋନା ପାଇଁ  ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି। ବିଶେଷ କରି ପର୍ଯ୍ୟଟନସ୍ଥଳୀ ପୁରୀରେ କଟକଣା ଜାରି କରାଯାଇଛି।  ଗତକାଲି ଠାରୁ ପିପିଲି ଟୋଲଗେଟ୍‌ରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଥିବା ବେଳେ ଆଜି ଜିଲ୍ଲାକୁ ଯାଇଥିବା ସମସ୍ତ ପ୍ରବେଶ ପଥରେ ସ୍କ୍ରିନିଂ କରାଯାଉଛି।

ବ୍ରହ୍ମପୁର, ଜଗତସିଂହପୁର ଓ କଟକ ପଟୁ ଥିବା ପ୍ରବେଶ ପଥରେ ସ୍ୱାସ୍ଥ୍ୟ, ପରିବହନ ଓ ପୋଲିସ ପକ୍ଷରୁ ମିଳିତ ସ୍କ୍ରିଂନିଂ କରାଯାଉଛି । ଗୋଟିଏ ନିର୍ଦ୍ଦିଷ୍ଟସ୍ଥାନରେ ଜନଗହଳି ରୋକିବାକୁ ବାର୍, ଓପନ୍ ଡାଇନିଂ ସ୍ପେଶ୍ ଓ ରାସ୍ତା କଡ଼ ଢାବା ଆଦିକୁ ବନ୍ଦ କରାଯାଇଛି ।

ପୁରୀ ଓ ଚନ୍ଦ୍ରଭାଗା ବେଳାଭୂମିରେ ୧୪୪ ଧାରା ଲାଗୁ କରାଯାଇଛି । ଅତି ଆବଶ୍ୟକ ନଥିଲେ ପୁରୀବାସୀଙ୍କୁ ଜିଲ୍ଲା ବାହାରକୁ ନଯିବାକୁ ଏବଂ ବାହାର ଲୋକଙ୍କୁ ଜିଲ୍ଲାରେ ପ୍ରବେଶ ନକରିବାକୁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ ।

ସହର ଭିତରେ ମଧ୍ୟ କଟକଣା ଜାରି କରାଯାଇଛି। ବିନା ମାସ୍କରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ । ଏଣୁ ଶ୍ରଦ୍ଧାଳୁମାନେ ହଇରାଣ ହେଉଛନ୍ତି । ଗୋଟିଏ ଥର ଧାଡ଼ିରେ ଛିଡ଼ା ହୋଇ ମାସ୍କ ନଥିବାରୁ ଫେରୁଛନ୍ତି । ଆଖାପାଖ ଦୋକାନରୁ ମାସ୍କ କିଣି ପୁଣି ଧାଡ଼ିରେ ଛିଡ଼ା ହେବାକୁ ପଡୁଥିବା କହିଛନ୍ତି । ତେବେ ସ୍ୱାସ୍ଥ୍ୟ ସଚେତନର କଥା ହୋଇଥିବାରୁ ସମସ୍ତେ ମାନୁଛନ୍ତି।

ଏହାବ୍ୟତୀତ ଆଜି ଜଗତସିଂହପୁର, ଭଦ୍ରକ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ  ଉପରେ  ମଧ୍ୟ କଟକଣା ଲଗାଯାଇଛି ।

କେନ୍ଦ୍ରାପଡ଼ା ବାରୁଣେଇ ମେଳାରେ ଜନସମାଗମକୁ ବାରଣ କରିଛନ୍ତି ଜିଲ୍ଲାପାଳ । ପୂର୍ବରୁ ମଧ୍ୟ କିଛି ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଥିଲା । ଆଜିକୁ ମିଶାଇ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ଗଞ୍ଜାମ, ଗଜପତି, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ନବରଙ୍ଗପୁର ଓ ଖୋର୍ଦ୍ଧା ସବ୍‌ଡିଭିଜନ ସହ ପୁରୀ ଓ ଚନ୍ଦ୍ରଭାଗା ସମୁଦ୍ରକୂଳ ଓ ପାରାଦୀପରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି।

Restriction-in-puri-for-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories