ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାର ଆହୁରି ତତ୍ପର ହୋଇଛନ୍ତି। କରୋନା ପାଇଁ କଟକଣାକୁ ଆହୁରି ବଢ଼ାଇଲେ ରାଜ୍ୟ ସରକାର। ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଟ୍ୟାକ୍ସି ଓ ଅଟୋ ଦିନେ ଛାଡ଼ି ଦିନେ ପରିବର୍ତ୍ତିତ ଭାବେ ଚାଲିବେ। ସବୁ ସପିଂ କଂପଲେକ୍ସ ଓ ଗାଁ ହାଟ କେବଳ ଖାଦ୍ୟ ସାମଗ୍ରୀ ବିକିବେ। ଗ୍ରସେରୀ, ପରିବା, ମାଛ, ମାଂସ ଏବଂ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବିକ୍ରି କରିପାରିବେ।
ସେହିଭଳି କରୋନା ସଂପର୍କିତ ମିଟିଂ ବ୍ୟତୀତ ସବୁ ସରକାରୀ ବୈଠକ ବାତିଲ୍ କରାଯାଇଛି। ବୈଠକରେ ୨ ମିଟର ଦୂରତ୍ୱ ବଜାୟ ରଖାଯିବାକୁ ନିର୍ଦ୍ଦେଶ ରହିଛି। କ୍ୟାବିନେଟ, ମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନଫରେନସିଂରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।