ମାସ ମାସ ହେଲା ଜଳବନ୍ଦୀ ଜୀବନ

ପୁରୀ : ରଥଯାତ୍ରା ଠାରୁ ଦୁଃଖ ଜର୍ଜରିତ ଅବସ୍ଥାରେ ଦିନ କାଟୁଛନ୍ତି ପୁରୀ ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡର ସୁଜାତାନଗର ଓ ମାଟିତୋଟା  ନମ୍ବର ଲେନ୍‌ର ଶହ ଶହ ପରିବାର। ଗତ ଶନିବାର ଦିନ ଓଟିଭି ଟିମ୍ ନିଜକୁ ସାମିଲ କରି ବାରମ୍ବାର ପ୍ରସାରଣ କରିବା ପରେ ପ୍ରଶାସନ ସୋମବାର ସାହାଯ୍ୟ ସହଯୋଗ ପାଇଁ ଅାଗେଇ ଅାସିଥିଲା।

ପୁରା ସ୍ଥିତିକୁ ଅନୁଧ୍ୟାନ ପରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ନିଜେ ସିଡିଏମ୍ଓ ପାଣି ଭିତରେ ଡଙ୍ଗାରେ ଯାଇ ଘର ଘର ବୁଲି ଚିକିତ୍ସା କରିଥିଲେ। ତହସିଲ ଅଫିସ୍ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ପଲିଥିନ ବଣ୍ଟନ କରାଯାଇଛି।

 

You might also like