ମୌଳିକ ସୁବିଧା ନ ଥିବାରୁ ଭୋଟ୍ ବର୍ଜନ ଚେତାବନୀ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ଅନ୍ତର୍ଗତ ତେନ୍ତୋଳ ପଞ୍ଚାୟତର ୫ ନମ୍ବର ୱାର୍ଡରେ ପ୍ରାୟ ଦେଢ଼ ଶହରୁ ଅଧିକ ଲୋକେ ବାସ କରୁଛନ୍ତି। ହେଲେ ଦୁର୍ଭାଗ୍ୟର କଥା ଏବେ ବି ସେହି ୱାର୍ଡରେ ମୌଳିକ ସୁବିଧା ସବୁ ଅପହଞ୍ଚ ହୋଇ ରହିଛି। ୱାର୍ଡକୁ ଯିବାକୁ ଭଲ ରାସ୍ତାଟିଏ ନ ଥିବା ବେଳେ ପାନୀୟ ଜଳ ସମସ୍ୟା ମଧ୍ୟ ଲାଗି ରହିଛି।

ବିଜୁଳି ଆଲୁଅ ନ ଥିବାରୁ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପିଲାଏ ପାଠ ପଢ଼ିବାରେ ଅସୁବିଧା ଭୋଗୁଥିବା ବେଳେ ରାତି ହେଲେ ଲୋକେ ବାହାରକୁ ବାହାରିବା ମୁସ୍‌କିଲ୍‌ ହୋଇପଡୁଛି। ଏଭଳି ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ ଏଯାଏ ଏହାର ସମାଧାନ ହୋଇ ପାରିନାହିଁ।

ସମସ୍ତ ମୈଳକ ସୁବିଧାରୁ ବଞ୍ଚିତ ହେବାପରେ ଚଳିତ ଥର ଭୋଟ୍‌ ବର୍ଜନ କରିବେ ବୋଲି ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ବ୍ଲକ୍‌ ମୁଖ୍ୟାଳୟ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଏହି ୱାର୍ଡ ରହିଛି। ବାରମ୍ବାର ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ନେତା ଓ ସରକାରୀ ଅଧିକାରୀଙ୍କୁ ଜଣାଇଛନ୍ତି। କେବଳ ନିର୍ବାଚନ ସମୟରେ ହିଁ ଏମାନଙ୍କୁ ପ୍ରତିଶ୍ରୁତ ମିଳୁଛି ଏବଂ ପରେ ଯଥା ପୂର୍ବଂ ତଥା ପରଂ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଚଳିତଥର ୱାର୍ଡକୁ କୌଣସି ନେତାଙ୍କୁ ପୂରାଇ ଦେବେନି କି, ଭୋଟ ଦେବେନି ବୋଲି ୱର୍ଡବାସୀ ନିଷ୍ପତ୍ତି ନେଇଛନ୍ତି।

You might also like