ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଭୋଟ୍‌ ବର୍ଜନ

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ନନ୍ଦାହାଣ୍ଡିର ପଖନାଗୁଡ଼ା ଗ୍ରାମବାସୀ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଭୋଟ୍‌ ବର୍ଜନ କରିଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ୍‌ ବର୍ଜନ କରିଛନ୍ତି।

ଗାଁକୁ ଭଲ ରାସ୍ତା ନଥିବାବେଳେ ଉପଯୁକ୍ତ ସ୍ୱାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ବାରମ୍ବାର ଅଭିଯୋଗ ପରେ କେବଳ ସମସ୍ୟାର ସମାଧାନ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି।

ନନ୍ଦାହାଣ୍ଡି ବିଡ଼ିଓ ଭୋଟ୍‌ ଦାନ ପାଇଁ ବୁଝାସୁଝା କରୁଥିଲେ ମଧ୍ୟ କୌଣସି କଥାକୁ ଶୁଣିବାକୁ ନାରାଜ ଅଞ୍ଚଳ ବାସିନ୍ଦା ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଭୋଟ ଦେବୁ ନାହିଁ ବୋଲି ଗ୍ରାମବାସୀ ରୋକଠୋକ ଜଣାଇଛନ୍ତି।

You might also like