• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ବରିଷ୍ଠ IAS ସ୍ତରରେ ଛୋଟ ବଦଳ ଅଦଳ କଲେ ରାଜ୍ୟ ସରକାର। ୧୯୮୬ ବ୍ୟାଚ୍ IAS ଜିଭିଭି ଶର୍ମା ହେଲେ ରାଜସ୍ୱ ପର୍ଷଦ ସଭ୍ୟ। ସିଜେ ବେଣୁଗୋପାଳ ହେଲେ କେବିକେ ମୁଖ୍ୟ ପ୍ରଶାସକ। ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ତଥା ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କ ମଧ୍ୟରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମାଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ମିଳିଛି ।

ସେହିପରି ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚର ଆଇଏଏସ୍ ସିଜେ ବେଣୁଗୋପାଳଙ୍କୁ  କେବିକେ ମୁଖ୍ୟ ପ୍ରଶାସକ ଭାବେ ବଦଳି କରାଯାଇଛି । ଶ୍ରୀ ବେଣୁଗୋପାଳ ମଧ୍ୟ ପୂର୍ବଭଳି ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କେବିକେ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ୧୯୮୬ ବ୍ୟାଚର ଆଇଏଏସ୍ ସୁଦର୍ଶନ ପାଲ ଠାକୁର ଏଣିକି କେବଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ୧୯୮୬ ବ୍ୟାଚ ଆଇଏଏସ୍ ଜିଭିଭି ଶର୍ମା ନ୍ୟାସନାଲ ଅଥରିଟି ଅଫ୍ କେମିକାଲ ୱିପନ୍ସ କନଭେନସନ ନ୍ୟାସନାଲ ଅଥରିଟିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଶ୍ରୀ ଶର୍ମାଙ୍କୁ ଫେରାଇ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ଚଳିତମାସ ପ୍ରଥମ ସପ୍ତାହରେ ଶ୍ରୀ ଶର୍ମାଙ୍କୁ  କେନ୍ଦ୍ର ସରକାର ଫେରାଇ ଦେଇଥିଲେ। ଶ୍ରୀ ଶର୍ମା ୨୦୧୯ ଜୁଲାଇ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓଡ଼ିଶା ସରକାରଙ୍କ ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ଶ୍ରୀ ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ୨୦୧୯ ମସିହାରୁ ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଆଇଏଏସ୍ ସିଜେ ବେଣୁଗୋପାଳ ୨୦୨୦ ମାର୍ଚ୍ଚ ମାସରେ କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ପରଠୁ କାଁ ଭାଁ ଅଫିସ୍ ଯାଇଥିବା ଚର୍ଚ୍ଚା। ଯେଉଁଥିପାଇଁ ରାଜ୍ୟ ସରକାର ଏହି ବୋର୍ଡ ଅଫ ରେଭନ୍ୟୁ କାର୍ଯ୍ୟାଳୟକୁ ସକ୍ରିୟ କରିବା ନିମନ୍ତେ ସେଠାରେ ଶ୍ରୀ ଶର୍ମାଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

Reshuffle-in-in-ias-cadre
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories