• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀ(ପ୍ରଦୀପ ମହାନ୍ତି): ପୁରୀକୁ ସ୍ୱଚ୍ଛ ସହର ଭାବେ ଗଢିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।ଏଣିକି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଦେବାକୁ ପଡିବ ୟୁଜର୍ସ ଫି। ଏଭଳି ନିୟମ ଚଳିତ ମାସରୁ ଲାଗୁ କରିଛି ପୁରୀ ପୌରସଂସ୍ଥା। ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଶୁଳ୍କ ବା ୟୁଜର୍ସ ଫି। ସରକାରଙ୍କ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଆଇନ ତଥା ପୁରୀ ପୌରପରିଷଦ ବୈଠକ ପ୍ରସ୍ଥାବ ଅନୁଯାୟୀ ଅଳିଆ ସୃଷ୍ଟିକାରୀଙ୍କ ନିକଟରୁ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା ପାଇଁ ମାସିକ ଶୁଳ୍କ ଆଦାୟ କରାଯିବ।

ମୋ ଧାମ ମୋ ଗର୍ବ। ଏହି ସ୍ଲୋଗାନରେ ସ୍ୱଚ୍ଛତା ଦିଗରେ ଆଗଉଛି ପୁରୀ ପୌର ପ୍ରଶାସନ। ସହରର ସ୍ୱଚ୍ଛତା ବଜାୟ ସହ ସଚେତନତା ପାଇଁ ପୌର ସଂସ୍ଥା ଲାଗୁ କରିଛି ୟୁଜର୍ସ ଫି। ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନା ସଠିକ୍ ଭାବେ ହୋଇପାରୁ ନଥିବା ବେଳେ ଏବେ ୟୁଜର୍ସ ଫିକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୟୁଜର୍ସ ଫି ନାମରେ ତଣ୍ଡ ଗଣିବୁ ବୋଲି କହିଛନ୍ତି ବ୍ୟବସାୟୀ। ସେହିପରି ପୁରୀ ବିଧାୟକ କହିଛନ୍ତି ୟୁଜର୍ସ ଫି ଆଦାୟ ଏକ ବିତର୍କର ବିଷୟ।

ସରକାରଙ୍କ କଠିନ ବଜର୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଆଇନ ଏବଂ ପୁରୀ ପୌର ପରିଷଦ ବୈଠକରେ ପ୍ରସ୍ତାବ ଅନୁଯାୟୀ, ଅଳିଆ ପକାଉଥିବା ଲୋକଙ୍କଠୁ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା ପାଇଁ ମାସିକ ଶୁଳ୍କ ଆଦାୟ ହେବ। ପ୍ରାଥମିକ ପର୍ଯ୍ୟେ ୟରେ ସମସ୍ତ ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା, ଆପାର୍ଟମେଣ୍ଟ, ଉଠାଦୋକାନୀ ଓ ପରିବା ଦୋକାନୀଙ୍କଠାରୁ କେତେ ଟଙ୍କା ଆଦାୟ କରାଯିବ ତାହା ସ୍ଥିରୀକୃତ ହୋଇଛି।

ଶୁଳ୍କ ଆଦାୟ ନିମନ୍ତେ ୩୪ଟି ବର୍ଗରେ ତାଲିକା ପ୍ରସ୍ତୁତ ହୋଇଛି। ସର୍ବନିମ୍ନ ମାସକୁ ୬୦ଟଙ୍କାରୁ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି ଧାର୍ଯ୍ୟ ହୋଇଛି। ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରରେ ରେସିଡେନସିଆଲ ୟୁନିଟ୍ ପାଇଁ ମାସକୁ ୬୦ଟଙ୍କା ଓ ବ୍ୟବସାୟିକ ୟୁନିଟ ପାଇଁ ମାସକୁ ୧୫୦ ଟଙ୍କା ୟୁଜର୍ସ ଫି ରହିଛି। ହେଲେ ପୁରୀରେ ୟୁଜର୍ସ ଫି ଉପରେ ପୁନର୍ବିଚାର ପାଇଁ ଦାବି କରିଛନ୍ତି ପୂର୍ବତନ ନଗରପାଳ।

Resentment-over-implementation-of-users-fee-by-puri-municipality-for-cleanliness-drive
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories