• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ତେଜିବାରେ ଲାଗିଛି କ୍ଷୋଭ ଓ ଅସନ୍ତୋଷ। ରାଜ୍ୟର ସବୁ ଅଞ୍ଚଳର ସାମ୍ବାଦିକମାନେ ଏହି ଘଟଣାକୁ ଭର୍ତ୍ସନା କରିଛନ୍ତି। କହିଛନ୍ତି, ଓଟିଭି କୌଣସି ଭୁଲ୍‌ କରି ନାହିଁ ବରଂ କ୍ରୀଡ଼ା ସଚିବ ଓଟିଭି ସାମ୍ବାଦିକଙ୍କୁ ଏପରି  ବ୍ୟବହାର କରି ବଡ଼ ଭୁଲ୍ କରିଛନ୍ତି।

ଗଣମାଧ୍ୟମକୁ କିଭଳି ବ୍ୟବହାର ଦେଖାଇବା ଉଚିତ, ତାହା ବରିଷ୍ଠ ପ୍ରଶାସକ ଶିଖିବା ଉଚିତ ବୋଲି ମତ ଦେଇଛନ୍ତି ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକେ।

ଉଲ୍ଲେଖନୀୟ ଯେ, ହକି ବିଶ୍ୱକପ୍ ଟିକେଟ୍‌ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ୍‌ଗହସ୍ତ ହୋଇଥିଲେ କ୍ରୀଡ଼ା ସଚିବ ବିଶାଲ ଦେବ। ଗତ ବୁଧବାର ଦିନ ଖବର ସଂଗ୍ରହ କରିବାକୁ ଯାଇଥିବା ଓଟିଭି ଟିମ୍‌କୁ ନିଜ ଚାମ୍ବରୁ ତଡି ଦେଇଥିଲେ କ୍ରୀଡ଼ା ସଚିବ।

ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ତମେ କାହିଁକି ଆସିଲ ବୋଲି ସଚିବ ପ୍ରଶ୍ନ କରିଥିଲେ। ସେହିପରି ସେ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଉଥିବା ସ୍ଥାନ, ପାର୍କ କି ସର୍ବସାଧାରଣ ସ୍ଥାନ ନୁହେଁ ବୋଲି କହିବା ସହ ଓଟିଭି ଟିମ୍ ସେଠାରୁ ନ ଗଲେ ସେ କହିବେ ନାହିଁ ବୋଲି ଶୁଣାଇ ଦେଇଥିଲେ।

ଏମିତିକି ସାମ୍ବାଦିକ ସମ୍ମିଳନୀ ଛାଡି ଚାଲିଯିବାକୁ ବାରମ୍ବାର କହିଥିଲେ କ୍ରୀଡ଼ା ସଚିବ। କେଉଁ କାରଣରୁ ଓଟିଭି ସମ୍ବାଦ ସଂଗ୍ରହ କରିପାରିବ ନାହିଁ ବୋଲି ଆମ ପ୍ରତିନିଧି ପଚାରିବାରୁ ,ତମେ କ’ଣ ସେ କଥା ଜାଣିନ କି ବୋଲି କ୍ରୀଡ଼ା ସଚିବ ପ୍ରଶ୍ନ କରିଥିଲେ।

ଓଟିଭି ଜବରଦସ୍ତି ମୋଡି-ତୋଡି ଗୋଟିଏ କଥାକୁ ଅନ୍ୟ କରି ଦେଖାଉ ଥିବାରୁ ସେ ଚ୍ୟାନେଲ ସହ କଥା ହେବାକୁ ଚାହାନ୍ତି ନାହିଁ ବୋଲି ବିଶାଲ ଦେବ କହିଥିଲେ।

https://youtu.be/XPZiwDoXs1A

Resentment-brews-up-against-sports-secy-vishal-devs-misbehaviour-towards-otv-journalist-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories