• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ହିଞ୍ଜିଳି (ସ୍ୱାଧୀନ ରାଉତ) : ଗଂଜାମ ଜିଲ୍ଲାର ହିଂଜିଳି ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି। ଏଠାକାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଲୋକେ ପାନ, ଆଖୁ ସହ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାନ୍ତି।

ପାନ ଚାଷୀଙ୍କ ଅବସ୍ଥା କିପରି ରହିଛି ତାହା ଜାଣିବା ପାଇଁ ଆମ ପହଞ୍ଚିଥିଲୁ ରାଳବ ଗାଁରେ। ଏଠାରେ ଆଖପାଖ ପ୍ରାୟ ୩ ଖଣ୍ଡ ଗାଁର ଲୋକେ ପାନ ଚାଷ କରିଥାନ୍ତି। ତେବେ ପାନ ବିକ୍ରି ପାଇଁ ବଜାର ନଥିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବହୁତ କ୍ଷତି ହେଉଥିଲେ ଏମାନଙ୍କୁ କୌଣସି ସାହାଯ୍ୟ ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି। ସେହିଭଳି ଶୀତଳ ଭଣ୍ଡାର ନଥିବାରୁ ଏ ଅଞ୍ଚଳର ପରିବା ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥାନ୍ତି।

ନବୀନଙ୍କ ପୂର୍ବରୁ ହିଂଜିଳି ଥିଲା କଂଗ୍ରେସର ଗଡ଼। ତେବେ ଗତ ୧୯ ବର୍ଷ ଧରି ନବୀନ ଏଠାରୁ ପ୍ରତିନିଧିତ୍ୱ କରି ଆସୁଥିଲେ ବି ଏ ଅଞ୍ଚଳର ସେଭଳି ଆଖିଦୃଶିଆ ଉନ୍ନତି ହୋଇନଥିବା ଅଭିଯୋଗ ହୁଏ। କାମଧନ୍ଧା ଅଭାବରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସାରୁ ଗାଁ ଲୋକେ କାମଧନ୍ଦା ଉଦ୍ଦେଶ୍ୟରେ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି। ଯେଉଁମାନେ ଅଛନ୍ତି ସେମାନଙ୍କ ପାଖରେ ବି ସରକାରୀ ସାହାଯ୍ୟ ସହଯୋଗ ଠିକ୍‌ ଭାବେ ପହଞ୍ଚୁନଥିବା ଅଭିଯୋଗ ହୋଇଛି। ଏପରିକି ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ କାଳିଆ ଯୋଜନାରେ ଅନେକ ସହାୟତା ପାଇନଥିବା କହିଛନ୍ତି। ତେବେ ଆଉ କେତେକଙ୍କ ମତରେ ନବୀନଙ୍କ ସମୟରେ ଯେଉଁ ସବୁ ସହାୟତା ମିଳିଛି ଆଗରୁ କେବେ ମିଳିନଥିଲା।

ଏଥର ନିର୍ବାଚନରେ ହିଂଜିଳିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଙ୍ଗେ ରଣାଙ୍ଗନରେ ଅଛନ୍ତି କଂଗ୍ରେସରୁ ଶମ୍ଭୁନାଥ ପାଣିଗ୍ରାହୀ ଏବଂ ବିଜେପିରୁ ବରିଷ୍ଠ ଆଇନଜୀବୀ  ପୀତମ୍ବର ଆଚାର୍ଯ୍ୟ। ଆସନ୍ତା ୧୮ ତାରିଖରେ ଏଠାରେ ମତଦାନ ହେବ।

https://youtu.be/55BCXwRL5lE

Resentment-brews-among-residents-of-hinjili-constituency-over-lack-of-facilities
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories