ବିଦ୍ୟୁତ୍‌ ନ ଆସିବାକୁ ନେଇ ଜଗତସିଂହପୁରରେ ଅସନ୍ତୋଷ

ଜଗତ୍‌ସିଂହପୁର(ଶଶାଙ୍କ ପଣ୍ଡା): ବାତ୍ୟା ଫୋନିର ୧୦ଦିନ ପରେ ମଧ୍ୟ ବିଦ୍ୟୁତ୍‌ ନ ଆସିବାକୁ ନେଇ ଜଗତସିଂହପୁରରେ ଅସନ୍ତୋଷ। ଉତ୍ୟକ୍ତ ଲୋକେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି।

ବାତ୍ୟା ଫୋନିରେ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷତି ହେବା ସହ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଥିଲା। ତେବେ ବାତ୍ୟାର ୧୦ଦିନ ପରେ ମଧ୍ୟ ଅଧିକାଂଶ ଅଂଚଳ ଅନ୍ଧାରରେ ରହିଛି। ତେଣୁ ତୁରନ୍ତ ବିଦ୍ୟୁତ୍‌ ସେବା ପ୍ରଦାନ ଦାବୀରେ ‌ଆଜି କାଦୁଅପଡ଼ା ପଞ୍ଚାୟତବାସୀ ରାସ୍ତାରୋକ କରିଛନ୍ତି। ପ୍ରାୟ ଶତାଧିକ ଲୋକ ଜଗତସିଂହପୁର-ମାଛୁଗାଁ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତାରେ ଜାନବାହାନ ଚଳାଚଳ ବନ୍ଦ ରହିଛି।

You might also like