ବିଜୁଳି ସଂଯୋଗ ଦାବିରେ ରାସ୍ତାରୋକ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଅଞ୍ଚଳକୁ ବିଜୁଳି ଆସିନଥିବାରୁ ପ୍ରତିବାଦ ହୋଇଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି। ଭୁବନେଶ୍ୱର ପ୍ରଶାନ୍ତି ବିହାର କିଛି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ପଟିଆ ବିଗ୍‌ବଜାର-ଶିଖରଚଣ୍ଡୀ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି।

ସେହିଭଳି ପୁରୁଣା ଭୁବନେଶ୍ୱରର ତିନି ମୁଣ୍ଡିଆ ଛକରେ ବି ରାସ୍ତାରୋକ ହୋଇଥିଲା। ସମାନ ଦାବି ନେଇ ଖଣ୍ଡଗିରି ଛକରେ ମଧ୍ୟ ଜାତୀୟ ରାଜପଥକୁ  ସ୍ଥାନୀୟ ଅଞ୍ଚଳବାସୀ ଅବରୋଧ କରିଥିଲେ। ‘ଫୋନି’ ଯିବାର ୯ ଦିନ ପରେ ମଧ୍ୟ ରାଜଧାନୀର ଅନେକ ଅଞ୍ଚଳ ଏବେବି ଅନ୍ଧାରରେ ରହିଛି।

ଅନ୍ୟପଟେ ପ୍ରବଳ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାରୁ ଲୋକେ ତୁରନ୍ତ ବିଜୁଳି ସଂଯୋଗ ଦାବିରେ ରାସ୍ତାକୁ ଓହ୍ଲାଉଛନ୍ତି।

You might also like