ପୂର୍ବ ଭଳି ବ୍ୟାଙ୍କ କାର୍ଯ୍ୟ ଚାଲୁ କରିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ବ ଭଳି ବ୍ୟାଙ୍କ କାର୍ଯ୍ୟ ଚାଲୁ କରିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏ ବ୍ୟାଙ୍କ ଖୋଲା ରଖିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ ଭଳି ସମସ୍ତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ସମୟରେ ଖୋଲିବ ବୋଲି ସରକାର କହିଛନ୍ତି। ଏହାସହ ସବୁ କଷ୍ଟମର୍‌ ସର୍ଭିସ ପଏଣ୍ଟ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ କାର୍ଯ୍ୟ କରିବ ବୋଲି ସରକାର କହିଛନ୍ତି।

You might also like