ଠିକ୍ ସମୟରେ ଘର ଦେଉନଥିବା ବିଲଡରଙ୍କୁ ସତର୍କବାଣୀ

ଭୁବନେଶ୍ୱର : ଘର ପାଇଁ ବିଲଡର୍‌ଙ୍କୁ ଟଙ୍କା ଦେଇ ଅନାଇ ବସିଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଖିଲାଫକାରୀ ବିଲଡର୍‌ଙ୍କୁ ସାବାଡ଼ କରିବାକୁ ଆସିଛି ନୂଆ ନିୟମ। ଏହା ଅନ୍ତର୍ଗତ ଖିଲାଫକାରୀ ବିଲଡର୍‌ଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିପାରିବ ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି(ରେରା)। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅବସରପ୍ରାପ୍ତ ପ୍ରଫେସର ରେଖା ଦାସ ଜୀବନର ସଞ୍ଚିତ ଅର୍ଥରେ ଘର ଖଣ୍ଡେ କିଣିବାକୁ ଆଶା ରଖିଥିଲେ। ସେଥିପାଇଁ ସେ ୨୦୧୧ ମସିହାରେ ଏଲ୍‌ଆଇସି କେୟାର ହୋମ୍‌ରେ ଅଗ୍ରୀମ ବାବଦକୁ ୯୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩୦ ଲକ୍ଷ ଟଙ୍କା ପଇଠ କରିଥିଲେ। ୨୦୧୩ ଶେଷ ସୁଦ୍ଧା ସେ ଘର ପାଇବା କଥା। କିନ୍ତୁ ୨୦୧୩ ଯାଇ ୧୯ ହୋଇଥିଲେ ମଧ୍ୟ ଏଯାଏଁ ଘର ପାଇ ନାହାନ୍ତି। କେବଳ ରେଖା ନୁହଁନ୍ତି, ତାଙ୍କ ଭଳି ଆଗୁଆ ଟଙ୍କା ଦେଇଥିବା ଅନେକ ଘର ଆଶାୟୀ ସମାନ ଦଶା ଭୋଗୁଛନ୍ତି। ବାରମ୍ବାର ଦୌଡ଼ିଲେ ମଧ୍ୟ ବିଲଡର୍‌ ଶୁଣୁନଥିବା ଅଭିଯୋଗ ହୋଇଛି। ଏବେ ସରକାର ଆଣିଥିବା ନୂଆ ନିୟମ ଘର କିଣାଳିଙ୍କୁ ଆଶ୍ୱସ୍ତ କରିବା ଆଶା କରାଯାଉଛି। ନୂଆ ନିୟମ ଅନ୍ତର୍ଗତ ବିଲଡର୍‌ ପ୍ରତିଶ୍ରୁତି ମୁତାବକ ଗ୍ରାହକଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଘର ନଦେଲେ ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି (ରେରା) ସଂପୃକ୍ତ ବିଲଡର୍‌ଙ୍କ ସଂପତ୍ତି ବ୍ୟାଜାପ୍ତି କରିପାରିବ।

ତେବେ ମିଳିଥିବା କ୍ଷମତାକୁ ରେରା କିଭଳି କଠୋର ଭାବେ ଉପଯୋଗ କରୁଛି, ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଟଙ୍କା ପୈଠ କରି ହଜାର ହଜାର ଲୋକ ଘର ପାଇଁ ଅପେକ୍ଷା କରିଥିବା ବେଳେ ଖିଲାପକାରୀ ବିଲଡର୍‌ଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଅନ୍ୟପକ୍ଷରେ ଅଧିକାଂଶ ବିଲଡର୍‌ ନିଜ କାରବାରରେ ସ୍ୱଚ୍ଛତା ରଖୁଥିବା ବେଳେ ମାତ୍ର କେତେ ଜଣଙ୍କ ପାଇଁ ସମସ୍ତଙ୍କୁ ବଦନାମ ହେବାକୁ ପଡୁଥିବା ବିଲଡର୍‌ମାନେ କହିଛନ୍ତି। ନୂଆ ନିୟମ ଦ୍ୱାରା ସେମାନେ ସମ୍ମାନ ଫେରି ପାଇବେ ବୋଲି ବିଲଡର୍‌ମାନେ ଆଶା ରଖିଛନ୍ତି।

ଖିଲାପକାରୀ ବିଲଡର୍‌ଙ୍କୁ ସାବାଡ଼ କରିବାକୁ ଆଗରୁ ମଧ୍ୟ ଅନେକ ନିୟମ ହୋଇଛି। ତେବେ ଆଇନରେ ଗଳାବାଟ ଖୋଜି କିଛି ଲୋକ ଘର ଆଶାୟୀଙ୍କୁ ଠକି ଚାଲିଛନ୍ତି। ମାତ୍ର ରେରାକୁ ମିଳିଥିବା କ୍ଷମତା ଏଥିରେ କି ପରିବର୍ତ୍ତନ ଆଣିବ, ତାହା ସମୟ କହିବ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like