ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟସ୍ତରୀୟ ପରେଡ୍

ଭୁବନେଶ୍ୱର : ରାଜ୍ୟରେ ସାଧାରଣତନ୍ତ୍ର ଦିବସର ବଦଳିଲା ରୂପରେଖ।  ଭୁବନେଶ୍ୱରରେ ଏଥର ଦିଲ୍ଲୀ ଢାଞ୍ଚାରେ ପରେଡ୍ ଅନଷ୍ଠିତ ହେବ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ।

ଦିଲ୍ଲୀରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ଭଳି ରାଜ୍ୟରେ ରାଜ୍ୟପାଳ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ । ଜାନୁଆରୀ ୨୬ରେ ଏଥର କଟକରେ ଆଉ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ  ସେହି ସମୟରେ ଭିଆଇପି ଏନ୍‌କ୍ଲୋଜରରେ ବସିବେ ।

ଜାତୀୟସ୍ତରରେ ପାଳନ ହେଉଥିବା ସାଧାରଣତନ୍ତ୍ର ଦିବସ ଭଳି ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଳନ ହେବ। ଏହି ପରେଡ୍‌ରେ ଏଥର ୧୨୦ ଟେରିଟୋରିଆଲ ଆର୍ମି, CRPF, RPF ଭଳି ୩ଟି କେନ୍ଦ୍ରୀୟ ସଂସ୍ଥାର ଟ୍ରୁପ୍‌ ଭାଗ ନେବେ । କେନ୍ଦ୍ରରେ NSG କମାଣ୍ଡୋ ଭଳି ରାଜ୍ୟସ୍ତରୀୟ ପରେଡ୍‌ରେ SOG ପରେଡ୍ ପ୍ରଦର୍ଶନ କରିବେ ।

You might also like