• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟପାଳ ପଫ୍ରେସର୍ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ। ଏଥର ପରେଡ୍‌ରେ ସାମରିକ ଓ ବେସାମରିକ କ୍ଷେତ୍ରର ୫୪ଟି ଟ୍ରୁପ୍ ଭାଗ ନେଇଥିଲେ। ୯ଟି ପ୍ରଜ୍ଞାପନ ମେଢ ସହ ଡେୟାର ଡେଭିଲ ଶୋ ମଧ୍ୟ ବେଶ୍‌ ଆକର୍ଷଣୀୟ ଥିଲା।

ସେପଟେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଜାତୀୟ ପତାକା ଉତ୍ତୋଳନ କଥିଲେ। ପରେଡ୍‌ରେ ସାମରିକ, ବେସାମରିକ କ୍ଷେତ୍ରର ୪୨ଟି ଟ୍ରୁପ୍ ସାମିଲ୍ ହୋଇଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବଖାଣିଥିଲେ।

ସାଧାରଣତନ୍ତ୍ର ଦିବସ ଅବସରରେ ପୁଲିସ୍‌ କର୍ମଚାରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମ୍ମାନିତ କରିଛନ୍ତି।  ୨୦୧୭ରେ କୋରାପୁଟ ରାଇଗୁଡା ଜଙ୍ଗଲରେ ମାଓବାଦୀ ଅପରେସନ୍ ଓ ୨୦୧୬ରେ କଳାହାଣ୍ଡିରେ ମାଓବାଦୀଙ୍କ ସଶସ୍ତ୍ର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିବା ୧୧ଜଣଙ୍କୁ ସାହସିକତା ପୁଲିସ୍‌ ପଦକ ଦିଆଯାଇଛି। ଏଥିସହ ୪ଜଣଙ୍କୁ ବିଶିଷ୍ଟ ସେବା ପାଇଁ ପୁଲିସ୍‌ ପଦକ, ୧୪ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍‌ ପଦକ ଦିଆଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

Republic-day-celebrated-in-state
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories