ପୋଲିସ୍‌ଙ୍କୁ ବିଧାୟକଙ୍କ ଧମକ: ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବି

ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୋଲିସକୁ ଧମକ ଦେଉଥିବା ଅଡ଼ିଓ ଭାଇରାଲ ହେଉଛି। ଭଦ୍ରକ ବାଂଶଡ଼ା ଥାନା ଏଏସ୍ଆଇ ଗୁରୁଚରଣ ବେହେରାଙ୍କୁ ବିଧାୟକ ବ୍ୟୋମକେଶ ରାୟ ଫୋନ୍ ଯୋଗେ ଧମକ ଦେଉଥିବା ଅଡ଼ିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲୁଛି। ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବି ବୋଲି ସେ ଧମକ ଦେଉଥିବା ଶୁଣିବାକୁ ମିଳିଛି। ତେବେ ଏହି ବାର୍ତ୍ତାଳପକୁ ବିଧାୟକ ବ୍ୟୋମକେଶ ରାୟ ସ୍ୱୀକାର କରିଥିଲେ ମଧ୍ୟ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସେପଟେ ଏହି ଘଟଣାରେ ସଂପୃକ୍ତ ପୋଲିସ ଏଏସଆଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତ କିଛି ଦିନ ତଳେ ବାଂଶଡା ଥାନା ଅନ୍ତର୍ଗତ ଏକ ଗାଁରେ ୨ ଗୋଷ୍ଠୀ ଭିତରେ ବିବାଦ ଲାଗିରହିଥିଲା। ଏନେଇ ୨ଟି ଏତଲା ମଧ୍ୟ ଦିଆଯାଇଥିଲା। କିନ୍ତୁ ବିଜେଡି ଗୋଷ୍ଠୀର ଲୋକଙ୍କୁ ଛାଡ଼ି ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଗିରଫ କରିବା ପାଇଁ ପୋଲିସ୍ ଉପରେ ବିଧାୟକଙ୍କ କର୍ମୀ ଚାପ ପକାଉଥିଲେ। କିନ୍ତୁ ପୋଲିସ୍ ଏଏସଆଇ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ଚାହୁଁଥିଲେ। କିନ୍ତୁ ଏଥିରେ କ୍ଷୁବ୍ଧ ହୋଇ ବିଧାୟକ ପୋଲିସ୍‌ ଅଫିସର୍‌ଙ୍କୁ ଫୋନ୍‌ କରି ଗାଳିଗୁଲଜ କରିବା ସହ ଚାପ ପକାଇଥିଲେ।

You might also like