ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଦୀପାବଳି ପରେ ସ୍କୁଲ ଖୋଲିବା କଳ୍ପନା ଜଳ୍ପନା ପ୍ରସଙ୍ଗକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।

OTVକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେବେ ସ୍କୁଲ ଖୋଲିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ ପୂଜା ଛୁଟି ଯାଏ ସ୍କୁଲ କଲେଜ ବନ୍ଦ ରହିବ। ତେବେ କେବେ ସ୍କୁଲ ଖୋଲିବ ସେନେଇ ବିଚାରବିମର୍ଷ ଜାରି ରହିଛି। ଚଳିତ ମାସ କୋଭିଡ଼ ଗାଇଡଲାଇନ୍ସ ଆସିଲେ ସେନେଇ ସ୍ପଷ୍ଟ ହେବ।

ମନ୍ତ୍ରୀ ଆହୁରି କହିଛନ୍ତି, ‘ସ୍କୁଲ ଖୋଲିବା ନେଇ CMO ସଠିକ୍‌ ସମୟରେ ସଠିକ୍‌ ସୂଚନା ଦେବେ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ତାହା କାର୍ଯ୍ୟକାରୀ ହେବ।’

ଆହୁରି ପଢ଼ନ୍ତୁ: ନଭେମ୍ବର ପାଇଁ ଅନ୍‌ଲକ୍-୬ ଗାଇଡ ଲାଇନ୍- ଜାଣନ୍ତୁ ଓଡିଶା ରେ କଣ ଖୋଲା କଣ ବନ୍ଦ

ସୂଚନାଥାଉ କି, ଦୀପାବଳି ପରେ ସ୍କୁଲ ଖୋଲିପାରେ ବୋଲି ଚର୍ଚ୍ଚା ଧରିଥିଲା। ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମନ୍ତ୍ରୀ ସମୀର ଦାଶ। କରୋନା ମହାମାରୀ ଯୋଗୁ ସାରା ଦେଶରେ ସ୍କୁଲ୍‌ ବନ୍ଦ ରହିଥିଲା। ତେବେ କିଛି ରାଜ୍ୟରେ ସ୍କୁଲ୍ ଖୋଲି ଥିବାବେଳେ ଆଉ କିଛି ରାଜ୍ୟରେ ସ୍କୁଲ୍‌ ବନ୍ଦ ରହିଛି। ଏହି କ୍ରମରେ ଓଡ଼ିଶା ରେ ମଧ୍ୟ ସ୍କୁଲ୍‌ ବନ୍ଦ ରହିଛି।

You might also like