ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କର ମଙ୍ଗଳବାର ରାତି ୧୧ଟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ  ୯୯ ବର୍ଷ ବୟସ ହୋଇଥିଲା।

ସ୍ୱର୍ଗତ ମିଶ୍ର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ଗବେଷକ ଏବଂ ଅର୍ଥନୀତିଜ୍ଞ ଭାବେ ବେଶ୍ ପରିଚିତ ଥିଲେ । ୧୯୪୯ରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଓୟୁଏଟିର ଏଗ୍ରିକଲଚର୍ ଅର୍ଥନୀତି ପ୍ରଫେସର୍ ଏବଂ ୧୯୮୧ରୁ ୮୫ ପର୍ଯ୍ୟନ୍ତ ଓୟୁଏଟିର କୁଳପତି ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି । ୧୯୮୫ରୁ ମାର୍ଚ୍ଚ ୧୯୯୦ ପର୍ଯ୍ୟନ୍ତ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ମଧ୍ୟ ଥିଲେ। ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ସହିତ ଓଡ଼ିଶା ଅର୍ଥନୀତିର ବିଭିନ୍ନ ସମସ୍ୟାର ସମାଧାନରେ ତାଙ୍କର ଅବଦାନ ରହିଛି ।

ଓଡ଼ିଶାର ବହୁ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ସେ ଥିଲେ ଓଡ଼ିଶା ଇକୋନମିକ୍‌ ଆସୋସିଏସନ୍‌ର  ପ୍ରତିଷ୍ଠାତା ସଦସ୍ୟ, ନବକୃଷ୍ଣ ଚୌଧୁରୀ, ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ।

ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

You might also like