• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ(ଦେବାଶିଷ ମହାନ୍ତି) : ବର୍ଷା ଯୋଗୁଁ ବାରବାଟୀରେ ଆଉ ବାତିଲ ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଥା ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ପାଇଁ ଓସିଏ ଆରମ୍ଭ କରିଛି ନୂଆ ପ୍ରୟାସ । ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଆରମ୍ଭ ହୋଇଛି ବାରବାଟୀ ଗ୍ରାଉଣ୍ଡ ମରାମତି । ପୂରା ଫିଲ୍ଡକୁ ବାଲିରେ ପୋତାଯାଇ ତିଆରି କରାଯାଉଛି । ଏଥିପାଇଁ ପିଚ୍ କ୍ୟୁରେଟରଙ୍କୁ ନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନିଂ ।

୧୯୯୬ ଅକ୍ଟୋବର ୨୭ ବର୍ଷା ଯୋଗୁଁ ବାରବାଟୀରେ ବାତିଲ ହୋଇଥିଲା ଭାରତ-ଅଷ୍ଟ୍ରେଲିଆ ଓ୍ୱାନଡେ ମ୍ୟାଚ। ୨୦୧୩ ଅକ୍ଟୋବର ୨୬ରେ ପୁଣିଥରେ ବାରବାଟୀରେ ଉଭୟ ଟିମ୍ ମଧ୍ୟରେ ଓ୍ୱାନଡେ ମ୍ୟାଚ ଖେଳାଯିବାକୁ ଥିବାବେଳେ ବାଧକ ସାଜିଥିଲା ବର୍ଷା। ଫଳରେ ମ୍ୟାଚଟି ସଂପୂର୍ଣ୍ଣ ବାତିଲ ହୋଇଥିଲା । ଏଭଳି ସମସ୍ୟା ଦୂର କରିବା ପାଇଁ ଏବେ ବାରବାଟୀ ଷ୍ଟାଡିୟମରେ ନୂଆ ଟେକ୍ନୋଲୋଜି ଦ୍ୱାରା ତିଆରି ହେଉଛି ଆଉଟ ଫିଲ୍ଡ । ଫିଲ୍ଡକୁ ଖୋଳାଯାଇ ମାଟି ବାହାର କରାଯାଉଛି । ବାଲିରେ ପୋତି ତିଆରି ହେବ ନୂଆ ଗ୍ରାଉଣ୍ଡ । ୮ ଇଞ୍ଚ ବାଲି ପୋତାଯାଇ ତା ଉପରେ ପୁଣି ମାଟି ଦିଆଯାଇ ତିଆରି ହେବ ଗ୍ରାଉଣ୍ଡ । ବିସିସିଆଇର ନୂଆ ଗାଇଡଲାଇନ ଅନୁଯାୟୀ ଏଭଳି ଫିଲ୍ଡ ତିଆରି କରାଯାଉଛି । ସେଥିପାଇଁ ଓସିଏରେ ଗ୍ରାଉଣ୍ଡସ ମ୍ୟାନ ଓ ପିଚ କ୍ୟୁରେଟରଙ୍କୁ ପ୍ରଶିକ୍ଷିତ କରାଯାଉଛି।

 କେବଳ ବାରବାଟୀ ନୁହେଁ, ରାଜ୍ୟର ପ୍ରତି ଜିଲ୍ଲାରେ ଏଭଳି ଗ୍ରାଉଣ୍ଡ ତିଆରି କରିବାକୁ ଯୋଜନା କରିଛି ଓସିଏ । ପୂର୍ବତନ କ୍ରିକେଟରଙ୍କ ମତରେ ଦେଶରେ ଏବେ କିଛି ଷ୍ଟାଡିୟମ ଏଭଳି ଗ୍ରାଉଣ୍ଡ ତିଆରି କରିଛନ୍ତି । ଓସିଏର ଏଭଳି ପଦକ୍ଷେପ ଯୋଗୁଁ ଲାଭବାନ ହେବେ କ୍ରିକେଟର ।  ଗୁଜୁରାଟର ମୋଟେରାରେ ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମର ଗ୍ରାଉଣ୍ଡ ମଧ୍ୟ ବାଲିରେ ତିଆରି ହୋଇଛି ।

Renovation-of-barabati-stadium-outfield-with-new-technology
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories