ପୁରୀ: ୪୮ ଘଣ୍ଟା ପରେ କୋଣାର୍କ କାକଟପୁର ମା’ ମଙ୍ଗଳା ପୀଠରେ ସେବାୟତଙ୍କ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର କାକଟପୁର ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସେବାୟତଙ୍କ ଦାବି ପୂରଣ ନେଇ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।
ଦୁଇ କନଷ୍ଟେବଲ୍ଙ୍କ ବଦଳି ସହିତ ସେବାୟତଙ୍କ ଅନ୍ୟ ଦାବି ପୂରଣ ନେଇ ତହସିଲଦାର୍ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଯାଇ ଆନ୍ଦୋଅଳନ ପ୍ରତ୍ୟାହାର ହୋଇଥିଲା।
ପ୍ରକାଶ ଥାଉକି, ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମଙ୍ଗଳା ମନ୍ଦିର ଦର୍ଶନରେ ଆସିଥିଲେ। ତେବେ ସେମାନଙ୍କୁ କିଛି ସେବାୟତ ଠେଲାପେଲା କରିବା ସହ ମହିଳା ଜଣଙ୍କୁ ସେବାୟତମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ କାକଟପୁର ଥାନାରେ ଅଭିଯୋଗ ପରେ ପୁଲିସ୍ ୩ ଜଣ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ସେବାୟତଙ୍କ ଗିରଫ ଓ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସେବାୟତ ବିକ୍ଷୋଭ କରିଥିଲେ।