ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ : ରାହୁଲ୍‌ ଗାନ୍ଧି

ଭୁବନେଶ୍ୱର : ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ। ଦିଲ୍ଲୀରେ ମୋଦି ରିମୋଟ ଟିପିଲେ ନବୀନ ଏଠି ଉଠବସ୍‌ ହେଉଛନ୍ତି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ଦଳୀୟ ସଭାରେ ଯୋଗ ଦେଇ ନବୀନଙ୍କୁ ମୋଦିଙ୍କ ଜୁନିୟର ପାର୍ଟନର କହିବା ସହ ମୋଦିଙ୍କ ହାତରେ ନବୀନଙ୍କ  ରିମୋଟ ବୋଲି  କହି କଡ଼ା ଭାଷାରେ ସମାଲୋଚନା କରିଥିଲେ କଂଗ୍ରେସ ସଭାପତି।

ହାତ ଗଣତି ୧୫ -୨୦ ଉଦ୍ୟୋଗପତିଙ୍କ ଫାଇଦା ପାଇଁ ଉଭୟ ମୋଦି ଓ ନବୀନ କିପରି କାମ କରୁଛନ୍ତି ତାର ହିସାବ ଦେଇଥିଲେ ରାହୁଲ୍। ତେବେ ପୁରା ଭାଷଣର ଫୋକସରେ ଥିଲେ ଚାଷୀ। ୧୫ ବର୍ଷ ଭିତରେ ରାଜ୍ୟର କେତେ ଜମି ଜଳସେଚିତ କରିଛ ବୋଲି ନବୀନଙ୍କୁ ପ୍ରଶ୍ନ କରିଥିଲେ। କଂଗ୍ରେସ ରାଜ୍ୟରେ ସରକାରକୁ ଆସିଲେ ୧୦ ଦିନରେ କୃଷି ଋଣ ଛାଡ଼ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ କ୍ୱିଣ୍ଟାଲ୍ ପିଛା ୨୬ ଶହ ଟଙ୍କା ଦେବାକୁ ଘୋଷଣା କରିଥିଲେ।

ସବୁ ଜିଲ୍ଲାରେ ଫୁଡ୍‌ ପ୍ରୋସେସିଂ ୟୁନିଟ୍ ପ୍ରତିଷ୍ଠାର ବି ପ୍ରତିଶ୍ରୁତି ଦେଇଥିଲେ।  ଶେଷରେ ଉଭୟ ନରେନ୍ଦ୍ର ଓ ନବୀନଙ୍କୁ ହରାଇବା ପାଇଁ କଂଗ୍ରେସ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ରାହୁଲ ଗାନ୍ଧୀ।

 

You might also like