ବୟସର ସାୟାହ୍ନରେ ଖଇରୀକୁ ଝୁରୁଛନ୍ତି ନିହାର ନଳିନୀ

ଭୁବନେଶ୍ୱର: ଖଇରୀ ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ। ସେ ମଣିଷ ନଥିଲା, ତଥାପି ମଣିଷର ନିରବଛିନ୍ନ ସ୍ନେହ ଆଉ ଶ୍ରଦ୍ଧା ପାଇ ଭୁଲିଯାଇଥିଲା ନିଜ ଭିତରେ ଥିବା ସହଜାତ ହିଂସ୍ର ପ୍ରବୃତ୍ତିକୁ। ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ଆଜି କିନ୍ତୁ ସେହି ବାଘୁଣି ଖଇରୀ ଅଛି କେବଳ ସ୍ମୃତିର ଖିଅ ହୋଇ। ଖଇରୀକୁ ଯିଏ ସନ୍ତାନ ଭଳି ପାଳି ପୋଶି ବଡ଼ କରିଥିଲେ, ଆଜି ସେ ବୟସର ସାୟାହ୍ନରେ ଝୁରୁଛନ୍ତି ତାକୁ। ଖଇରୀ ସହ ବିତିଯାଇଥିବା ମଧୂର ମୁହୂର୍ତ୍ତ ସବୁକୁ ଗୋଟି ଗୋଟି କରି ମନେପକାଉଛନ୍ତି ସେ। ସେ ହେଉଛନ୍ତି ଖଇରୀର ମା ନିହାର ନଳିନୀ ସ୍ୱାଇଁ।

ଆଜି ବୟସର ସାୟହ୍ନରେ ଥର ଥର ଗଳାରେ ପ୍ରିୟ ଖଇରିକୁ ଡାକୁଛନ୍ତି ନିହାର ନଳିନୀ। ଖଇରୀ….ଏ ଖଇରୀ…ଖଇରୀ ଘରକୁ ଆ… ମୋ ପାଖକୁ ଆ…. ସେହି ସ୍ୱର, ସେହି ସ୍ନେହ ବୋଳା ଡାକ। ଦିନେ ଏତିକି ଡାକରେ ଯିଏ ଦଉଡ଼ି ଆସୁଥିଲା, ଅବୋଧ ଶିଶୁ ଭଳି ଗେଲ ହେଉଥିଲା। ଆଜି କିନ୍ତୁ ସେ ନାହିଁ। ହେଲେ ତାସହ ବିତିଯାଇଥିବା ପ୍ରତିଟି ବିଭୋର ବେଳା ଗୋଟି ଗୋଟି ହୋଇ ମନେପଡୁଛି।

ଧୂସର ଦେଖାଯାଉଥିବା ଆଖି ଭିତରେ ଆଜି ବି ନାଚିଯାଉଛି ତାର ସେହି ନିରୀହ ଚେହେରା। ବୟସର ଅପରାହ୍ନରେ ଆଜି ନିହାର ନଳିନୀ ସ୍ୱାଇଁ। ଯିଏ ମହାବଳ ବାଘୁଣୀକୁ ପାଳି ପୋଶି ବଡ଼ କରିଥିଲେ। ସ୍ନେହ, ଶ୍ରଦ୍ଧା ଆଉ ଆତ୍ମୀୟତାର ବନ୍ଧନ ଭିତରେ ବାନ୍ଧି ରଖିଥିଲେ। ଆଉ ସେହି ବାଘୁଣୀର ନାଁ ରଖିଥିଲେ ଖଇରୀ। ଆଜି ଖଇରୀ ଚାଲିଯିବାର ୪୦ ବର୍ଷ ବିତିଗଲାଣି। ତଥାପି ଭୁଲିପାରୁନାହାଁନ୍ତି ତାକୁ।

୧୯୭୪ର କଥା। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦ୍ଦେଶକ ତଥା ସ୍ୱାମୀ ସରୋଜ ରାୟ ଚୌଧୁରୀଙ୍କ ସହ ଖଇରା ନଦୀ କୂଳରେ ବୁଲୁଥିଲେ ନିହାର ନଳିନୀ। ସେହି ସମୟରେ ଦେଖିବାକୁ ପାଇଥିଲେ ଏକ ବାଘ ଛୁଆକୁ। ତାକୁ ଘରକୁ ଆଣି ପାଳିପୋଶି ବଡ଼ କରିଥିଲେ ସେ। ଖଇରା କୂଳରୁ ପାଇଥିବାରୁ ବାଘ ନାଁ ରଖିଥିଲେ ଖଇରୀ।

ଧୀରେ ଧୀରେ ଘରର ସଦସ୍ୟ ବନିଯାଇଥିଲା ଖଇରୀ। ପିଲାଠୁ ବୟସ୍କ, ଗାଁରୁ ସହର, ସମସ୍ତଙ୍କ ଭିଡ଼ ଜମୁଥିଲା ଖଇରୀକୁ ଦେଖିବା ପାଇଁ। ୭ ବର୍ଷ ଧରି ମଣିଷ କୋଳରେ ବଢ଼ିଥିଲା ମଣିଷ ଭଳି। ୧୯୮୧ରେ ଆଖି ବୁଜିଦେଲା ସବୁଦିନ ପାଇଁ।

ଆଜି ବିତିଯାଇଛି ୪ ଦଶନ୍ଧି। ସ୍ୱାମୀ ସରୋଜ ବି ଆଉ ନାହାଁନ୍ତି। ପିଲାପିଲି ନଥିବାରୁ ୯୦ ବର୍ଷ ବୟସରେ ବୃଦ୍ଧାଶ୍ରମରେ ବଳକା ଆୟୁଷ କାଟୁଛନ୍ତି ନିହାର ନଳିନୀ। ଆଉ କୋଳେଇ କାଖେଇ ବଡ଼ କରିଥିବା ଖଇରୀକୁ ମନେ ପକାଉଛନ୍ତି।

ଆହୁରି ପଢ଼ନ୍ତୁ

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଟପ୍‌ ପୋଷ୍ଟରେ ୫ ଓଡ଼ିଆ

ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପୂର୍ବରୁ ଜଳିଗଲା ଘର

You might also like