ବଡ଼ଦିନ ପାଳନ ପାଇଁ ଚର୍ଚ୍ଚକୁ ଅନୁମତି, ୩ରେ ଖୋଲିପାରିବେ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର: ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି। ୨୫ ତାରିଖ ପାଇଁ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି ଦିଆଯାଇପାରିବ। ଏହି ଅନୁମତି ପାଇଁ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। କେତେ ସଂଖ୍ୟକ ଅତିଥି ଏକାଠି ହେବେ, ଦର୍ଶାଇଲେ ଅନୁମତି ମିଳିବ। ସେହିପରି ଜାନୁଆରୀ ୩ ତାରିଖ ଠାରୁ ଖୋଲିପାରିବ ଅନ୍ୟ ଧାର୍ମିକ ଅନୁଷ୍ଠାନ। ଯେଉଁମାନେ ୩ରୁ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରଟେକିଂ ଦେବେ। ସଂପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି ଅଣ୍ଡରଟେକିଂ ଦେବେ। କୋଭିଡ଼ ଗାଇଡଲାଇନ ପାଳନ ନେଇ ଅଣ୍ଡରଟେକିଂ କମିଟି ଦେବ। ପରିସରରେ ସ୍ଥାନ ଦେଖି କେତେ ଲୋକ ରହିପାରିବେ ଲେଖିକି ଦେବେ।

You might also like