ହାରାହାରି  4G ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଜିଓ ପ୍ରଥମ

ଭୁବନେଶ୍ୱର: ସେପ୍ଟେମ୍ବର ମାସର ହାରାହାରି  4G ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଶୀର୍ଷ ସ୍ଥାନରେ ରହିଛି ରିଲାଏନ୍‌ସ ଜିଓ। ଟ୍ରାଇ ପକ୍ଷରୁ ପ୍ରକାଶିତ 4G ସ୍ପିଡ୍‌ ଚାର୍ଟରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି।

ସେପ୍ଟେମ୍ବର ମାସରେ ଜିଓ ୨୧.୦ ଏମ୍‌ବିପିଏସ୍‌ ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍ ହାସଲ କରିଛି। ଏହା ଏୟାର୍‌ଟେଲ୍‌ଠାରୁ ଦୁଇଗୁଣା ଅଧିକ। ସେହିଭଳି ଭୋଡ଼ାଫୋନ୍‌ ଓ ଆଇଡିଆଠାରୁ ଏହାର ସ୍ପିଡ୍‌ ୩ଗୁଣା ଅଧିକ। ୨୦୧୮ରେ ଜିଓ ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ରେ ଶୀର୍ଷ ସ୍ଥାନରେ ରହିଥିଲା। ଆଉ ଚଳିତ ବର୍ଷ ୯ ମାସରେ ଜିଓ ତା’ର ଶୀର୍ଷ ସ୍ଥାନ କାଏମ୍‌ ରଖିଛି।

ସେପ୍ଟେମ୍ବରରେ ଭାରତୀ ଏୟାର୍‌ଟେଲ୍‌ର ପ୍ରଦର୍ଶନ ସାମାନ୍ୟ ଉନ୍ନତି ହୋଇ ୮.୩  ଏମ୍‌ବିପିଏସ୍‌ ହୋଇଛି। ଅଗଷ୍ଟରେ ଏହା ୮.୨ ଏମ୍‌ବିପିଏସ୍‌ ଥିଲା। ସେହିଭଳି ଭୋଡ଼ାଫୋନ୍‌ ଓ ଆଇଡିଆର ମିଶ୍ରମ ହୋଇଥିଲେ ମଧ୍ୟ ଟ୍ରାଇ ଅଲଗା ଅଲଗା ଭାବେ ଏହି ନେଟ୍‌ୱାର୍କ ଦୁଇଟିର ସ୍ପିଡ୍‌ ମାପିଛି। ଭୋଡ଼ାଫୋନ୍‌ ନେଟ୍‌ୱାର୍କ ଡାଉନ୍‌ଲୋଡ୍‌ ସ୍ପିଡ୍‌ ଅଗଷ୍ଟ ମାସର ୭.୭ ଏମ୍‌ବିପିଏସ୍‌ରୁ ହ୍ରାସ ପାଇଁ ସେପ୍ଟେମ୍ବର୍‌ ମାସରେ ୬.୯ ଏମ୍‌ବିପିଏସ୍‌ ରହିଛି। ଆଇଡିଆର ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ରେ ସାମାନ୍ୟ ଉନ୍ନତି ହୋଇ ଅଗଷ୍ଟର ୬.୧ ଏମ୍‌ବିପିଏସ୍‌ରୁ ବୃଦ୍ଧି ପାଇଁ ସେପ୍ଟେମ୍ବରରେ ୬.୪ ଏମ୍‌ବିପିଏସ୍‌ରେ ପହଞ୍ଚିଛି।

ଟ୍ରାଇ ତରଫରୁ ମାଇସ୍ପିଡ୍‌ ଆପ୍‌ ଜିରଆରେ ରିଅଲ୍‌-ଟାଇମ୍‌ରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ହାରାହାରି ସ୍ପିଡ୍‌ରେ ହିସାବ କରାଯାଉଛି।

You might also like