• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆମ ପାଇଁ ସଂକ୍ରମଣର ବିପଦ କେତେ ରହିଛି ତାହା ଜାଣିବା ମୁସ୍କିଲ ହୋଇପଡିଛି। କିନ୍ତୁ ଏପରି ଏକ ଆପ୍ସ ଯାହା ଭାଇରସ୍ ସମ୍ପର୍କିତ ସବିଶେଷ ତଥ୍ୟ ଆପଣଙ୍କୁ ଦେବ। ରିଲାଏନ୍ସ ଜିଓ ପକ୍ଷରୁ ମାଇଁ ଜିଓ ଆପ୍ସରେ କରୋନା ଭାଇରସ୍ ସୂଚନା ଓ ଟୁଲ୍ସ ଆରମ୍ଭ କରାଯାଇଛି। ଏହା ମଧ୍ୟରେ ରହିଛି କରୋନା ଭାଇରସ୍ ସିମ୍ପଟମ୍ ଚେକର୍ ।

ଯାହା ଆମକୁ ସାରା ଭାରତରେ ରହିଥିବା ଅପଡେଟେଡ୍ କୋଭିଡ-୧୯ ପରୀକ୍ଷଣ କେନ୍ଦ୍ରଗୁଡିକର ସୂଚୀ, କରୋନା ସଂକ୍ରମଣ ସମ୍ପର୍କିତ ତଥ୍ୟ, ପରିସଂଖ୍ୟାନ ଓ ସୂଚନା, ଜାତୀୟ ଓ ରାଜ୍ୟସ୍ତରର ସମସ୍ତ ହେଲ୍ପଲାଇନ ନମ୍ବର ଉପଲବ୍ଧ ହେବ। ଏହାସହ କରୋନା ସମ୍ପର୍କିତ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ସହଜରେ ପାଇପାରିବେ।

ସବୁଠାରୁ ଭଲ କଥା ହେଉଛି ମାଇଁ ଜିଓ ଆପ୍ପରେ କରୋନା ଭାଇରସ ସୂଚନା ଓ ଟୁଲସ ଓ ସିମ୍ପଟମ ଚେକର ଜିଓ ଉପଭୋକ୍ତାଙ୍କ ସମେତ ଅନ୍ୟ ସମସ୍ତ ମୋବାଇଲ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଯାଇଛି। ମାଇଁ ଜିଓ ଆପ୍ପରେ କରୋନା ଭାଇରସ ସୂଚନା ଓ ଟୁଲସ ମଧ୍ୟରେ ରହିଥିବା କୋଭିଡ୧୯ ସିମ୍ପଟମ ଚେକରରେ କିଛି ଆବଶ୍ୟକ ତଥ୍ୟ ପୂରଣ କରି ଜଣେ ନିଜର କିମ୍ବା ନିଜ ପରିବାରର ଯେକୌଣସି ବ୍ୟକ୍ତିଙ୍କ ପ୍ରତି କେତେ ମାତ୍ରାରେ କରୋନା ସଂକ୍ରମଣ ବିପଦ ରହିଛି ସେସମ୍ପର୍କରେ ସୂଚନା ପାଇପାରିବେ।

ଏହା ବ୍ୟତୀତ ଜିଓ ହାପଟିକ୍ ଦ୍ୱାରା ଭାରତ ସରକାରଙ୍କ ପାଇଁ ଡିଜାଇନ କରାଯାଇଥିବା ହ୍ୱାଟ୍ସ ଆପ ଚାଟ-ବଟ ମାଇଁ-ଗଭ କରୋନା ହେଲ୍ପ ଡେସ୍କରେ ମଧ୍ୟ କରୋନା ସମ୍ପର୍କିତ ସମସ୍ତ ସବିଶେଷ ତଥ୍ୟ, ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ଲୋକମାନଙ୍କ ପ୍ରଶ୍ନର ଉତ୍ତର ମିଳିପାରୁଛି।

ଏଥି ସହିତ ଘରେ ରହି ସହଜରେ ଶିକ୍ଷାଲାଭ କରିବା ପାଇଁ ରିଲାଏନ୍ସ ଜିଓ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଭିଡ଼ିଓ କଲିଙ୍ଗ ସମେତ, କ୍ଲାସରୁମ ସେସନ, ଡକୁମେଣ୍ଟ ଓ ସ୍କ୍ରିନ ସେୟାରିଂ, ବାସ୍ତବ ସମୟରେ ଇନ ଫରମାଲ ଚାଟ୍ ଚାନେଲ ଜରିଆରେ ସନ୍ଦେହକୁ ଆହୁରି ସହଜ କରିଛି। ରିଲାଏନ୍ସ ଜିଓ ଗୋଟିଏ ସ୍କୁଲ ବର୍ଷର ସମସ୍ତ ପାଠ୍ୟକ୍ରମ ପାଇଁ ପ୍ରଦାନ କରୁଛି ଏକକ କମ୍ୟୁନିକେସନ ହବ୍ ଏବଂ ଏହାସହ ବ୍ୟକ୍ତିଗତ ଓ ଟିମ ପାଇଁ ମାଗଣା ଷ୍ଟୋରେଜ ଉପଲବ୍ଧ କରାଉଛି।

ବର୍ତ୍ତମାନ ସମୟରେ ଲୋକଙ୍କ ବର୍ଦ୍ଧିତ ଡାଟା ଆବଶ୍ୟକତା ଓ ବ୍ୟବହାରକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏହାରସମସ୍ତ ଆଡ୍-ଅନ୍ ଡାଟା ଭାଉଚରରେ ଦୁଇଗୁଣ ଡାଟା ସହିତ ଅଣଜିଓ ନମ୍ବରକୁ କଲିଙ୍ଗ ମିନିଟ ପ୍ରଦାନ କରୁଛି। ଏଥି ସହିତ ଜିଓ ଫାଇବରର ବର୍ତ୍ତମାନର ସମସ୍ତ ଉପଭୋକ୍ତାଙ୍କ ପାଇଁ ମିଳୁଥିବା ଡାଟା ପରିମାଣକୁ ଦୁଇଗୁଣ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Reliance-jio-launches-covid-19-symptom-checker-how-to-use-coronavirus-info-and-tools
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories