ରାଜ୍ୟ ଜାରି କଲା ଫେବ୍ରୁଆରୀ ଗାଇଡଲାଇନ୍ : ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି

ଏସଓପି ମାନି ଖୋଲାଯାଇପାରିବ ସିନେମା ହଲ୍ ଓ ଥିଏଟର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ଫେବ୍ରୁଆରୀ ମାସ ପାଇଁ କରୋନା ଗାଇଡଲାଇନ୍। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ସାମାନ୍ୟ କିଛି ପରିବର୍ତ୍ତନ ଆଣି ସରକାର ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଲାଗୁ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବ୍ରୁଆରୀ ଗାଇଡଲାଇନରେ ପ୍ରାଥମିକ ସ୍କୁଲ ଖୋଲିପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଏସଓପି ଜାରି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆବଶ୍ୟକ ସ୍ଥଳେ ଅର୍ଥାତ ଯେଉଁଠି ଜରୁରୀ ଥିବ ସେଠାରେ କଟକଣା ଲଗାଯାଇ ପାରିବ ବୋଲି ସ୍ପଷ୍ଟ କରାଯାଇଛି। ଗାଇଡଲାଇନ୍ ଅନୁଯାୟୀ…

  • ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି
  • ଖୋଲା ଜାଗାରେ ପଡ଼ିଆର ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
  • ସମାବେଶରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ଜରୁରୀ
  • ବିବାହ ଓ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି
  • ଏସଓପି ମାନି ଖୋଲା ଯାଇପାରିବ ସିନେମା ହଲ୍ ଓ ଥିଏଟର
  • ଫେବ୍ରୁଆରୀ ୧ରୁ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
  • ପ୍ରାଥମିକ ସ୍କୁଲ ଖୋଲିବାକୁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ
  • ଏସ୍ଓପି ପ୍ରସ୍ତୁତି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ
  • ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡବିଧାନ
  • କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ
  • ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ
  • ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ମିଳିବ ଅନୁମତି
  • ଇଂଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବ ବୈଷୟିକ ଶିକ୍ଷା ବିଭାଗ
  • ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା, ଖୋଲାମଞ୍ଚ
  • ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁ ପଡ଼ିବ
  • ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା, ପାନ ସେବନ ମନା
You might also like