ଲକ୍‌ଡାଉନ୍ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଶ୍ୱସ୍ତିର ଖବର

ଭୁବନେଶ୍ୱର: ଲକ୍ ଡାଉନ୍ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଶ୍ୱସ୍ତିର ଖବର। ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ ଯେକୌଣସି ସ୍ଥାନରେ କାମ କରିପାରିବେ।

ଶ୍ରମିକମାନେ କାମ କରୁଥିବା ସଂସ୍ଥା ବା ସେମାନଙ୍କ ଠିକାଦାର ସେମାନଙ୍କୁ ନେବାଆଣିବା କରିପାରିବେ। ଶ୍ରମିକଙ୍କୁ ନେବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନେ ଯାଆସ ପାଇଁ ପାସ୍ ଦେବେ।  ଏମିତିକି ଶ୍ରମିକଙ୍କୁ ନେବା ଆଣିବା ପାଇଁ ଠିକାଦାରମାନେ ବସ୍ ବ୍ୟବହାର କରିପାରିବେ। ଶ୍ରମିକ ପରିବହନରେ ନିୟୋଜିତ ହେଉଥିବା ବସ୍‌କୁ ମାସିକ ଟିକସରୁ ଛାଡ଼ ମିଳିବ।

ରାଜ୍ୟରେ ଅଟକିଥିବା ପ୍ରାୟ ୧୬ ହଜାର ଶ୍ରମିକ ୧୪ ଦିନ କ୍ୱାରେଣ୍ଟିନ୍ ପୂରଣ କରିସାରିଛନ୍ତି। ସେମାନଙ୍କୁ ଆଉ କ୍ୱାରେଣ୍ଟିନ୍‌ରେ ରହିବାକୁ ସରପଞ୍ଚମାନେ ବାଧ୍ୟ କରିପାରିବେନି।

ଶ୍ରମିକଙ୍କ ଦୈନିକ ଆତଯାତ ନେଇ ଜିଲ୍ଲା ଶ୍ରମ ଅଧିକାରୀ ବିସ୍ତୃତ ତଥ୍ୟ ରଖିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like