• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଢେଙ୍କାନାଳ: ଡାକ୍ତରଖାନାର ଷ୍ଟ୍ରେଚରରେ ରୋଗୀଙ୍କୁ ରଖି ଢେଙ୍କାନାଳ ସହର ବୁଲିଲେ ସଂପର୍କୀୟ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଘଟିଛି ସ୍ଥାନୀୟ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁରେ।

ଏହି ଗାଁର ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଢେଙ୍କାନାଳ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସଂପର୍କୀୟମାନେ ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ ଷ୍ଟ୍ରେଚରରେ ଧରି ଢେଙ୍କାନାଳ ଟାଉନରେ ବୁଲିଥିଲେ ବୋଲି ଅଭିଯୋଗ ହୋଇଛି ।

ଏନେଇ ପଚାରିବାରୁ ସଂପର୍କୀୟ କହିଥିଲେ ଯେ, ମହିଳାଙ୍କୁ ଭୂତ ଲାଗିଛି । ପାଖରେ ଥିବା ଜଣେ ବାବାଙ୍କ ପାଖକୁ ନେଲେ ସେ ଝଡ଼ାଫୁଙ୍କା କରିବେ । ସେଥିଲାଗି ଷ୍ଟ୍ରେଚରରେ ଧରି ନେଇ ଆସିଥିଲୁ ।

ତେବେ ଖବର ପାଇ ଡାକ୍ତରଖାନା ସୁରକ୍ଷାକର୍ମୀମାନେ ତାଙ୍କୁ ଡାକ୍ତରଖାନାକୁ ଫେରେଇ ଆଣିଥିଲେ । ଡ୍ଯୁଟିରେ ଥିବା ଡାକ୍ତର କହିଛନ୍ତି ଯେ, ମହିଳାଙ୍କୁ କଟକ ରେଫର କରାଯାଇଥିଲା। ତେବେ ସେ କିପରି ଷ୍ଟ୍ରେଚରରେ ସହର ପରିକ୍ରମା କଲେ ସେ ନେଇ ଜାଣିନଥିବା କହିଛନ୍ତି। ଡାକ୍ତରଖାନାରେ ଏତେ ସୁରକ୍ଷାକର୍ମୀ ଥିଲାବେଳେ ଷ୍ଟ୍ରେଚରରେ ବାହାରକୁ ଗଲେ କିପରି ବୋଲି ପ୍ରଶ୍ନ ଉଠୁଛି।

Relatives-moving-around-the-town-with-patient-in-a-medical-stretcher
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories