ନିୟମକୁ ଫୁ’: ସରକାରୀ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିବା ଲୋକଙ୍କୁ ଭେଟୁଛନ୍ତି ସମ୍ପର୍କୀୟ

ବ୍ରହ୍ମପୁର: ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ସଙ୍ଗରୋଧ ନିୟମକୁ ଫୁ’। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋଠଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏମିତି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି।

ଏହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ସୁରତ ଫେରନ୍ତା ରହିଛନ୍ତି। ହେଲେ ସେମାନଙ୍କ ପରିବାର ଲୋକେ ଆସି ସେମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ କେବଳ ସେମାନଙ୍କୁ ଭେଟୁ ନାହାନ୍ତି ବରଂ ଖାଦ୍ୟ ପୁଡ଼ିଆ, ପାନ ଓ ମୋବାଇଲ ଚାର୍ଜର ଆଦି ଆଣି ସେମାନଙ୍କୁ ଦେଉଛନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଅନ୍ୟପକ୍ଷରେ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ଦାୟିତ୍ୱରେ ଥିବା ଲୋକେ କେଉଁଠି ଥିଲେ, କ’ଣ କରୁଥିଲେ ଓ ସେଠାକୁ ଆସୁଥିବା ଲୋକଙ୍କୁ କାହିଁକି ଅଟକାଇଲେ ନାହିଁ, ସେନେଇ ବି ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି।

You might also like