ସଟଡାଉନରେ ବି ସେବା ଯୋଗାଇବ ମୋ ବସ୍, ଜାଣନ୍ତୁ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଗଡ଼ିବ..

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସପ୍ତାହାନ୍ତରେ ସଟଡାଉନ ଘୋଷଣା କରିଛନ୍ତି ସରକାର। ଏହି ସଟଡାଉନ ସମୟରେ ସାଧାରଣତଃ ଗାଡ଼ି ମଟର ଚଳାଚଳ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ସମୟରେ ମୋ ବସ ନିଜର ଅବ୍ୟାହତ ରଖିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।

ତେବେ ନିୟମିତ ଭାବେ ମୋ ବସ ଯେଉଁ ସେବା ଯୋଗାଉଥିଲା ତାହା ଯୋଗାଇବ ନାହିଁ। କେବଳ ରେଲୱେ ଷ୍ଟେସନରୁ ଯାତ୍ରୀଙ୍କୁ ନେବା ପାଇଁ ଚାଲିବ ମୋ ବସ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ତଥା ରେଲୱେ ଷ୍ଟେସନଠାରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ମୋ ବସ ଚଳାଚଳ କରିବ। ଯାତ୍ରୀଙ୍କୁ ଷ୍ଟେସନଠାରୁ ନେଇ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିବ।

ତେବେ ଖାଲି ରେଳ ଷ୍ଟେସନ ନୁହେଁ ବିମାନବନ୍ଦରରୁ ମଧ୍ୟ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ମୋ ବସ ସଟଲ ସେବା ଯୋଗାଇବ ବୋଲି କୁହାଯାଇଛି। ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

ଅନ୍ୟପଟେ ରାଜଧାନୀରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ଯେତିକି ବଢ଼ୁଛି ବିଏମସି ପକ୍ଷରୁ ସେତିକି କଡ଼ା ପଦକ୍ଷେପ ନିଆଯାଉଛି। ଗୁରୁବାର ବିଏମସି ପକ୍ଷରୁ ରାଜଧାନୀର ମୁଖ୍ୟ ହାଟ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। କାରଣ ଏହି ହାଟ ଗୁଡ଼ିକରେ ଲୋକଙ୍କ ଭିଡ଼ ଜମୁଥିଲା। ଯାହାଫଳରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା। ତେଣୁ ବିଏମସି ପକ୍ଷରୁ ହାଟ ଗୁଡ଼ିକୁ ଖୋଲା ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ୟୁନିଟ ୧ ହାଟକୁ ୟୁନିଟ ୧ ହାସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ବ୍ରହ୍ମେଶ୍ୱର ହାଟକୁ ବ୍ରହ୍ମେଶ୍ୱର ମେଳଣ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଲିଙ୍ଗରାଜ ହାଟ ବିଏମସି ମାର୍କେଟ କମ୍ପ୍ଲେକ୍ସକୁ ସ୍ଥାନାନ୍ତର ହୋଇଛି। ତେବେ ସୋମବାରଠାରୁ ଏହି ନୂଆ ସ୍ଥାନ ଗୁଡ଼ିକରେ ହାଟ ହେବ। ଏହିଠାରୁ ହିଁ ଲୋକେ ସାମଗ୍ରୀ କିଣିପାରିବେ। ଅନ୍ୟପଟେ ୟୁନିଟ-୪ ହାଟ ଶାସ୍ତ୍ରୀ ନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଗୁରୁବାରଠାରୁ ଉଠିସାରିଛି। ଗତ ବର୍ଷ ମଧ୍ୟ ଏଭଳି ନିଷ୍ପତି ନିଆଯାଇଥିଲା।

You might also like