ବିନା ପଞ୍ଜୀକରଣରେ ଓଡ଼ିଶା ଫେରି ପାରିବେନି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ବିନା ପଞ୍ଜୀକରଣରେ ଓଡ଼ିଶା ଫେରି ପାରିବେନି ପ୍ରବାସୀ ଓଡ଼ଆ। ଲକ୍‌ଡାଉନ୍ ଖୋଲିବା ପରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ଆକୁ ଫେରିବାକୁ ଥିବାରୁ ସେମାନେ କିଭଳି ଆସିବେ, ସେ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର।

ଦେଶର ବିଭିନ୍ନ ସ୍ଥାନରେ ଥିବା ଲକ୍ଷ ଲକ୍ଷ ଲୋକ ଓଡ଼ିଆ ଫେରିବାକୁ ବ୍ୟଗ୍ର ଥିବାରୁ ସେମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ଜରୁରୀ ବୋଲି କହିଛନ୍ତି ପଞ୍ଚାୟତିରାଜ ସଚିବ। ପଞ୍ଜିକରଣ ପାଇଁ ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିଛନ୍ତି। ବ୍ୟକ୍ତି ନିଜେ କିମ୍ବା ତାଙ୍କ ପାଇଁ ଅନ୍ୟ କେହି ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିପାରିବେ। ଓଡ଼ିଶା ଫେରିବାକୁ ଯାଉଥିବା ଲୋକଙ୍କ ସଂପର୍କୀୟ ପଞ୍ଚାୟତ ଅଫିସରେ ମଧ୍ୟ ଫର୍ମ ଦାଖଲ କରି ପଞ୍ଜୀକରଣ କରି ପାରିବେ।

ଆସନ୍ତା ୨୪ରୁ ଏହି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ସେପଟେ ପଞ୍ଜୀକରଣ ପରେ ଫେରିଲେ ସେମାନଙ୍କୁ ଅଲଗା ଅଲଗା ଅଣାଯିବ। ପଞ୍ଚାୟତ ଅଧିକାରୀ ଷ୍ଟେସନ ଯାଇ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ଆଣିବେ। ସେମାନଙ୍କୁ ଆଣିବା ପରେ ସେମାନେ ଘରକୁ ନଯାଇ ପଞ୍ଚାୟତ କ୍ୱାରେଣ୍ଟିନରେ ରହିବେ। ଏଥିପାଇଁ ପ୍ରତି ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ମେଡିକାଲ କ୍ୟାମ୍ପ୍ ପ୍ରତିଷ୍ଠା ହୋଇଛି।

୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ। ସେହିଭଳି ପ୍ରବାସୀଙ୍କୁ ହୋମ୍ କ୍ୱାରେଣ୍ଟିନ ମନା। ଏବଂ ସେମାନେ କେବଳ ସରକାରୀ କ୍ୱାରେଣ୍ଟିନରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

You might also like