କରୋନାକୁ ନେଇ ଏସବୁ ଜିଲ୍ଲାକୁ ସତର୍କ ସୂଚନା…

କୋରାପୁଟ: କୋରାପୁଟ ଜିଲ୍ଲାରେ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜରୁରୀ କାର୍ଯ୍ୟ ଛାଡି ସମସ୍ତ ବୈଠକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଥଣ୍ଡା,କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବା ସହ ଗ୍ରାମାଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କେହି ବିଦେଶୀ ଭ୍ରମଣରେ ଆସିଥିଲେ ସେମାନଙ୍କ ବିଷୟରେ ତଥ୍ୟ ପ୍ରଦାନ କରିବାକୁ ଓ୍ୱାର୍ଡମେମ୍ବର, ସରପଞ୍ଚ, ଅଙ୍ଗନଓ୍ୱାଡି କର୍ମୀ ଏବ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ କୁହାଯାଇଛି।

ସେହିପରି ରାଉରକେଲାରେ ମଧ୍ୟ ଲୋକଙ୍କୁ କରୋନା ନେଇ ସତର୍କତା କରାଯାଉଛି। ସହରରେ ସିନେମାହଲ, କଲ୍ୟାଣ୍ଡ ମଣ୍ଡପ, ବିବାହ ଉତ୍ସବ ସହ ଜନଗହଳି ହେଉଥିବା ସ୍ଥାନ ଗୁଡିକୁ ବନ୍ଦ କରାଯାଉଛି। ସହରରେ ଥିବା ସମସ୍ତ ପାର୍କ, ସୁଇମିଂ ପୁଲ୍ ବନ୍ଦ କରାଯାଇଛି।

ଜଗତସିଂହପୁର ଜିଲ୍ଲାରେ ମଧ୍ୟ କରୋନାକୁ ନେଇ ସତର୍କତା ଜାରି କରାଯାଇଛି। ପାରାଦୀପ ବନ୍ଦର ଦେଇ ବିଦେଶରୁ ଲୋକମାନେ ଆସୁଥିବାରୁ ଏହା ଉପରେ ଅଧକ ଧ୍ୟାନ ଦିଆଯାଉଛି। ସଭା ସମିତି ଗୁଡିକୁ ବନ୍ଦ କରିବାକୁ କୁହାଯାଇଛି। କରୋନା ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବାବେଳେ ଲୋକମାନେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି।

You might also like