ଭୁବନେଶ୍ୱର: ଆକାଶ ପାଠକ ଟାଟାର କର୍ମଚାରୀ ନୁହଁନ୍ତି। ଏ ନେଇ ସ୍ପଷ୍ଟୀକରଣ ରଖିଛି ଟାଟା। ଓଟିଭିକୁ ଟାଟା ମୋଟର୍ସ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ସୁଦୀପ ଭାଲ୍ଲା କହିଛନ୍ତି ଯେ ଆକାଶ କୁମାର ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହଁନ୍ତି। ଆକାଶ ପାଠକଙ୍କ ଠକେଇ ବିଷୟରେ ଆମ ପାଖକୁ ଖବର ଆସିଥିଲା। ଟାଟା ମୋଟର୍ସ ଏମ୍ଡି ପରିଚୟ ଦେଇ ଟଙ୍କା ଆଦାୟ ଅଭିଯୋଗ ଥିଲା। ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ଥିଲା। ଏନେଇ କଂପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ହୋଇଥିବା ବୋଲି ଭାଲ୍ଲା କହିଛନ୍ତି।
ଅନ୍ୟପକ୍ଷରେ ଗଣମାଧ୍ୟମ ସମ୍ମୁଖରେ ଆକାଶ କହିଛନ୍ତି, ମୁଁ ଟାଟାରେ ଚାକିରି କରୁଥିଲେ। ହେଲେ ଏବେ ଟାଟା ମୋତେ ସପୋର୍ଟ କରୁନାହିଁ। ବାହାରକୁ ଆସିଲା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଜଣାଇବି।ଏଥିସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ଆକାଶ ଅଭିଯୋଗ କରିଛନ୍ତି।
ବାପା-ପୁଅଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ଭିଜିଲାନ୍ସ ଅଧିକାରୀ ପଚରାଉଚରା କରିଥିବା ବେଳେ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ସମ୍ପର୍କରେ ସୂଚନା ମିଳିପାରିଛି। ସୂଚନାଥାଉ କି, କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରିଥିଲା।