• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭରତପୁର-ଚନ୍ଦକା ରାସ୍ତାର ଦାସପୁରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମହିଳାଙ୍କୁ ପ୍ରଥମେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଏହି ସୂଚନା ମିଳିଛି।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ପ୍ରଥମେ ମହିଳାଙ୍କର ଶ୍ୱାସରୁଦ୍ଧ କରାଯାଇଥିଲା। ପରେ ମୁଣ୍ଡ କାଟି ଅଲଗା ଅଲଗା ଭାବେ ଦୁଇଟି ଯାକ ଭାଗକୁ ଫିଙ୍ଗି ଦିଆଯାଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ପୋଷ୍ଟମର୍ଟମ ରିପୋର୍ଟରେ ଏହି ତଥ୍ୟ ଥିବାର ସୂଚନା ମିଳିଛି। ତେବେ ପୋଲିସ୍‌କୁ ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ମିଳିନଥିବା ଜଣାପଡ଼ିଛି। ଆଉଥରେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ଏମ୍ସ ପଠାଯାଇଛି।

ମହିଳାଙ୍କ ସମ୍ପର୍କରେ ତଥ୍ୟ ଦେବା ଲାଗି ପୋଷ୍ଟର ଜାରି କରିଛି ପୋଲିସ୍‌। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ଯେଉଁ ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କ ସମ୍ପର୍କରେ ସୂଚନା ଦେବେ, ତାଙ୍କ ନାଁ ଗୋପନ ରଖାଯାଇ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ କୁହାଯାଇଛି। ଏହାସହ ମହିଳାଙ୍କ ସମ୍ପର୍କରେ ସୂଚନା ଦେବା ଲାଗି 8280338323, 8280338296 ନମ୍ବର ପୋଲିସ୍‌ ଜାରି କରିଛି।

ଗତ ୪ ତାରିଖ ସକାଳ ୮ଟାବେଳେ ଦାସପୁର ରାସ୍ତାରେ ଜଙ୍ଗଲ ପାଖରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହ ନିକଟରୁ ମଦ ବୋତଲ, ଲୁଗା, ଗ୍ଲୋଭସ୍ ଓ ଛୁରୀ ମିଳିଥିଲା। ରାଜଧାନୀ ଉପକଣ୍ଠ ରାସ୍ତାକଡ଼ରୁ ମିଳିଥିବା ଏ ମୁଣ୍ଡବିହୀନ ମୃତଦେହ କାହାର ? କିଏ ଓ କେଉଁ ପରିସ୍ଥିତିରେ ମହିଳାଙ୍କୁ ବୀଭତ୍ସ ହତ୍ୟା କଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୫ଟି ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

Recovery-of-womans-headless-body-shocking-news-came-from-post-mortem-report
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories