ରେକର୍ଡ ଭାଙ୍ଗିଲା: ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜଧାନୀରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ୨୦୭ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି।
କେଉଁ ଅଞ୍ଚଳରେ ହେଲେ ଚିହ୍ନଟ:-
ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲର ୨୭ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଲକ୍ଷ୍ମୀବିହାରରୁ ୬, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୬, ନୟାପଲ୍ଲୀ ଗାନ୍ଧିବସ୍ତିରୁ ୬, ୟୁନିଟ-୩ ମାଳି କଲୋନିରୁ ୫, ପାଣ୍ଡରା ଜିଜିପି କଲୋନୀରୁ ୫, ଲକ୍ଷ୍ମୀସାଗରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 24th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/cXFvZudJIy— BMC (@bmcbbsr) July 24, 2020
ନୂଆପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ ୪, ୟୁନିଟ-୧ ଅଞ୍ଚଳରୁ ୪, ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ଆଉ ୪ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।
IRC ଭିଲେଜର ୨ଟି ଜାଗାରୁ ୬, ସାଲିଆସାହିରୁ ୩, ନୟାପଲ୍ଲୀରୁ ୩, ଶୈଳଶ୍ରୀ ବିହାରରୁ ୩, ଚିନ୍ତାମଣିଶ୍ୱରରୁ ୩, ନୟାପଲ୍ଲୀ ବେହେରାସାହିରୁ ୩ ଚିହ୍ନଟ ହୋଇଥିବାବେଳେ IRC ଭିଲେଜ N6 ଅଞ୍ଚଳରୁ ୩ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।
ତେବେ ଭୁବନେଶ୍ୱରରେ ଏଯାବତ୍ ୧୭୧୭ ଜଣ ସଂକ୍ରମିତ ହୋଇଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୮୩୪ ଜଣ ସୁସ୍ଥ ହୋଇଥିବାବେଳେ ଆଉ ୮୭୦ ଆକ୍ଟିଭ କେଶ ରହିଛି।
ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୬୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୨୭ ରହିଛି।ଗଞ୍ଜାମରୁ ସର୍ବାଧିକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩୨୦ ଜଣ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।